Cricket

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍

ନୂଆଦିଲ୍ଲୀ:ସୋମବାର ୬୨ ତମ ଆଇପିଲଏଲ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୩୪ ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ।ଏହି ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଓପନର ଶୁବମନ ଗିଲ୍ ଶତକ ହାସଲ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେ ୫୮ ବଲ୍ ଶତକୀୟ ପାଳିରେ ଗିଲ୍ ୧୩ ଚୌକା ଓ ୧ ଛକା ମାରିଥିଲେ। ୨୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲା ବେଳେ ଆଦୌ ଛକା ମାରିନଥିଲେ। ଫଳରେ ଏହା ଆଇପିଏଲ୍ରେ ଛକା ବିହୀନ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ହୋଇଥିଲା। ଗିଲ୍ ଏଭଳି ଏକ ରେକର୍ଡରେ ସଚିନ ତେନ୍ଦୁଲକରଙ୍କ ରେକଡ ଭାଙ୍ଗିଥିଲେ। ସଚିନ ୨୦୧୦ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଏକ ମ୍ୟାଚ୍ରେ ଆଦୗ ଛକା ମାରିନପାରି ୨୩ ବଲ୍ରୁ କରିଥିବା ଅର୍ଦ୍ଧଶତକ ଦ୍ରୁତତମ ରେକର୍ଡ ବହନ କରିଥିଲା।
ସୋମବାର ମ୍ୟାଚ୍ରେ ଏକାଧିକ ରେକଡ ହୋଇଥିଲା। ସେଥିରୁ ଗିଲ୍ ଏବଂ ଭୁବନେଶ୍ବର କୁମାର ପ୍ରଥମ ପ୍ରତିଦ୍ୱନ୍ଦୀ ଖେଳାଳି ଭାବେ ଗୋଟିଏ ଶତକ ଏବଂ ଗୋଟିଏ ୫ ୱିକେଟ୍ ସଫଳତା ହାତେଇଥିଲେ। ଏଭଳି ଘଟଣା ଆଇପିଏଲ୍ ଇତିହାସରେ ପ୍ରଥମ ଥିଲା

Related posts

ଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅ

Odisha Sports Bureau

ଭାରତର ବଡ଼ ଜୟ: ତୃତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

Odisha Sports Bureau

ଘରୋଇ ସିରିଜ ପାଇଁ ବିସିସିଆଇ ପକ୍ଷରୁ ତାରିଖ ଘୋଷଣା

Odisha Sports Bureau