Cricket

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା , BCCI ଜାରି କଲା ମେଡିକାଲ ରିପୋର୍ଟ

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି । ଗତ କାଲି ହୋଇଥିବା ବାଂଲାଦେଶ ଏବଂ ଭାରତ ମ୍ୟାଚରେ ହାର୍ଦ୍ଦିକ ଆହତ ହୋଇଛନ୍ତି । ଫଳରେ ବିସିସିଆଇ ପାଣ୍ଡ୍ୟାଙ୍କ ଡାକ୍ତରୀ ରିପୋର୍ଟ ଜାରି କରିଛି । ବିସିସିଆଇ ଆହୁରି କହିଛନ୍ତି ଯେ ହାର୍ଦ୍ଦିକ ଧର୍ମଶାଳା ଖେଳାଯିବାକୁ ଥିବା ନୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପାଇଁ ଖେଳି ପାରିବେ ନାହିଁ ।ବିଶ୍ୱକପ ୨୦୨୩ ସମୟରେ ପାଣ୍ଡ୍ୟା ଆହତ ହେବା ଭାରତ ପାଇଁ ଏକ ବଡ଼ ଝଟ୍‌କା।

ବିସିସିଆଇ ପାଣ୍ଡ୍ୟାଙ୍କ ବିଷୟରେ ନିଜ ୱେବସାଇଟ୍ ମାଧ୍ୟମରେ ସୂଚନା ଦେଇଛି। ବିସିସିଆଇ ୱେବସାଇଟରେ ଲେଖିଛି ଯେ ମ୍ୟାଚରେ ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡରେ ଆଘାତ ଲାଗିଛି। ପାଣ୍ଡ୍ୟାଙ୍କ ସ୍କାନ କରାଯାଇଛି। ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେ ବିସିସିଆଇର ମେଡିକାଲ ଟିମ୍‌ ତତ୍ତ୍ୱାବଧାନରେ ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର ୨୦ରେ ଟିମ୍ ଇଣ୍ଡିଆ ସହିତ ଧର୍ମଶାଳା ଯିବେ ନାହିଁ। ସେ ସିଧାସଳଖ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଲକ୍ଷ୍ନୌରେ ଯୋଗଦେବେ।

Related posts

ଆଜିର ଦିନରେ ଡେବ୍ୟୁ କରିଥିଲେ ବିରାଟ,ଆନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ

Odisha Sports Bureau

ଭଲ ଅଛି ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ

Odisha Sports Bureau

କାଲିଠୁ ସିଡନୀ ଟେଷ୍ଟ: ଦଳକୁ ଫେରିଲେ ରୋହିତ, ସାଇନି କରିବେ ଡେବ୍ୟୁ

Odisha Sports Bureau