ହାର୍ଦ୍ଧିକ ପାଣ୍ଡ୍ୟା ସହ ଡିନର କରିବାର ନଜର ଆସିଛନ୍ତି ଶୁଭମନ ଗିଲ ଓ ଇଶାନ କିଶନ । ଟେଷ୍ଟ, ତା’ ପରେ ଦିନିକିଆ ସିରିଜ ଜିତିବା ପରେ ଏବେ ଟି-୨୦ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ଆଜିଠାରୁ ଆରମ୍ଭ ହେବ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟି-୨୦ ସିରିଜର ପ୍ରଥମ ମ୍ୟାଚ । ଟିମର ଦାୟିତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା । ଟି-୨୦ ମ୍ୟାଚ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଈଶାନ କିଶନ ଏବଂ ଶୁବମନ ଗିଲ ଏକାଠି ମସ୍ତି କରୁଥିବା ନଜର ଆସିଛନ୍ତି ।
ହାର୍ଦ୍ଦିକ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଈଶାନ ଏବଂ ଗିଲ ପାଣ୍ଡ୍ୟାଙ୍କ ସହିତ ଏକାଠି ଡିନର କରୁଛନ୍ତି । ଏହି ଫଟୋକୁ ଫ୍ୟାନ୍ସ ପସନ୍ଦ ମଧ୍ୟକରୁଛନ୍ତି ।
ଶୁଭମନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଚନ୍ତି । ଯେଉଁଥିରେ ସେ ଏକୁଟିଆ ବସିଥିବା ନଜର ଆସିଛନ୍ତି । ଫ୍ୟାନ୍ସ ଲାଇକ କରି ବିଭିନ୍ନ ପ୍ରକାର କମେଣ୍ଟ ବି ଦେଇଛନ୍ତି ।
ଈଶାନ କିଶନ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି । କିଛି ଦିନ ପୂର୍ବରୁ ସମୁଦ୍ର କୂଳରେ ବସିଥିବାର ଫଟୋ ସେୟାର କରିଥିଲେ । ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ କରିଥିଲେ ।
ଦିନିକିଆ ସିରିଜ ଜିତିବା ପରେ ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍ ଖେଳାଯିବ । ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ପ୍ରସ୍ତୁତ ରହିଛି । ଆଜି ପ୍ରଥମ ଟି-୨୦ ମ୍ୟାଚ୍ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ ରାତି ୮ଟାରେ ହେବ ।
ଭାରତୀୟ ସମୟାନୁସାରେ ଆଜି ସନ୍ଧ୍ୟା ୭.୩୦ ମିନିଟରେ ଟସ୍ ପଡିବା ପରେ ରାତି ୮ଟାରୁ ଖେଳ ଆରମ୍ଭ ହେବ । ଟି-୨୦ ମ୍ୟାଚ ପ୍ରସାରଣ ଦୂରଦର୍ଶନରେ ଲାଇଭ ପ୍ରସାରଣ ହେବ । ଏହାଛଡା ଫ୍ୟାନକୋଡ ଆପ୍ ଏବଂ ୱେବସାଇଟ ଏବଂ ଜିଓ ସିନେମା ଜରିଆରେ ଦର୍ଶକ ଲାଇଭ ଷ୍ଟ୍ରିମ କରିହେବ ।
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୫ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ସେଥିରୁ ୧୭ଟି ଭାରତ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ୭ଟି ଜିତିଛି। ଗୋଟିଏ ମ୍ୟାଚ ଡ୍ର ରହିଛି ।