Uncategorized

ରାଜନୀତିରେ କମାଲ କଲେ କ୍ରିଡାବିତ

ନଆଦିଲ୍ଲୀ: ରାଜନୀତି ମୈଦାନରେ ୟୁସୁଫ ପଠାନ ଏବଂ କିର୍ତ୍ତୀ ଆଜାଦ ଦୁଇ ଖେଳାଳି ହିଟ ହୋଇଛନ୍ତି । ଲୋକସଭା ନିର୍ବାଚନ ୨୦୧୪ ରେ ଭୋଟ ଗଣନା ଜୁନ ୪ ରେ ହୋଇଥିଲା । ଏନଡିଏ ୨୯୨ ଏବଂ ଆଇ ଏନ ଡି ଆଇ ଏ ୨୩୪ ସିଟ ହାତେଇଛି । ତେବେ ଏହି ନିର୍ବାଚନରେ ୪କ୍ରିଡାବିତ ମୈଦାନକୁ ଓଲାହାଇ ଥିଲେ । ଯେଉଁଥିରେ ଦୁଇ ଜଣ ଖେଳାଳି ସଫଳହୋଇଥିବା ବେଳେ ଦୁଇ ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି । ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ୟୁସୁଫ ପଠାନ ଟିଏମସି ଟିକେଟ ପାଇ ବହରାମପୁର ଲୋକସଭା ସିଟରେ ଜିତିଛନ୍ତି । ୟୁସୁଫ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କୁ ୮୫୦୨୨ରେ ହରାଇଛନ୍ତି । ୧୯୮୩ ରେ କ୍ରିକେଟ ବିଶ୍ୱକପରେ ଟିମ ଇଣ୍ଡିଆର ସଦସ୍ୟ ଥିବା କିର୍ତ୍ତୀ ଆଜାଦ ଟିଏମସି ଟିକେଟରେ ବତ୍ତମାନ ଦୁର୍ଗାପୁରରେ ବିଜୟ ହାସଲକ ରିଛନ୍ତି । କିର୍ତ୍ତୀ ଆଜାଦ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ନେତା ଦିଲ୍ଲୀପ ଘୋଷଙ୍କ ୧୩୭୯୧ଭୋଟରେ ହରାଇଛନ୍ତି ।
ସେପଟେ ଭାରତର ପାରାଅଲିମ୍ପିୟାନ ତଥା ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝାରିୟା ରାଜନୀତିର ପ୍ରଥମ ପରୀକ୍ଷା ପାସ କରିପାରିନାହାନ୍ତି । ସେହିପରି ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ ଦିଲ୍ଲୀପ ତିର୍କୀ ବତ ବିପର୍ଯ୍ୟୟ ପରାଜୟର ସମ୍ମୁଖୀନ ହୋଇଛନ୍ତି ।

Related posts

୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି ଚାଇନା

Odisha Sports Bureau

Leave a Comment