Uncategorized

ରାଜନୀତିରେ କମାଲ କଲେ କ୍ରିଡାବିତ

ନଆଦିଲ୍ଲୀ: ରାଜନୀତି ମୈଦାନରେ ୟୁସୁଫ ପଠାନ ଏବଂ କିର୍ତ୍ତୀ ଆଜାଦ ଦୁଇ ଖେଳାଳି ହିଟ ହୋଇଛନ୍ତି । ଲୋକସଭା ନିର୍ବାଚନ ୨୦୧୪ ରେ ଭୋଟ ଗଣନା ଜୁନ ୪ ରେ ହୋଇଥିଲା । ଏନଡିଏ ୨୯୨ ଏବଂ ଆଇ ଏନ ଡି ଆଇ ଏ ୨୩୪ ସିଟ ହାତେଇଛି । ତେବେ ଏହି ନିର୍ବାଚନରେ ୪କ୍ରିଡାବିତ ମୈଦାନକୁ ଓଲାହାଇ ଥିଲେ । ଯେଉଁଥିରେ ଦୁଇ ଜଣ ଖେଳାଳି ସଫଳହୋଇଥିବା ବେଳେ ଦୁଇ ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି । ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ୟୁସୁଫ ପଠାନ ଟିଏମସି ଟିକେଟ ପାଇ ବହରାମପୁର ଲୋକସଭା ସିଟରେ ଜିତିଛନ୍ତି । ୟୁସୁଫ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କୁ ୮୫୦୨୨ରେ ହରାଇଛନ୍ତି । ୧୯୮୩ ରେ କ୍ରିକେଟ ବିଶ୍ୱକପରେ ଟିମ ଇଣ୍ଡିଆର ସଦସ୍ୟ ଥିବା କିର୍ତ୍ତୀ ଆଜାଦ ଟିଏମସି ଟିକେଟରେ ବତ୍ତମାନ ଦୁର୍ଗାପୁରରେ ବିଜୟ ହାସଲକ ରିଛନ୍ତି । କିର୍ତ୍ତୀ ଆଜାଦ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ନେତା ଦିଲ୍ଲୀପ ଘୋଷଙ୍କ ୧୩୭୯୧ଭୋଟରେ ହରାଇଛନ୍ତି ।
ସେପଟେ ଭାରତର ପାରାଅଲିମ୍ପିୟାନ ତଥା ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝାରିୟା ରାଜନୀତିର ପ୍ରଥମ ପରୀକ୍ଷା ପାସ କରିପାରିନାହାନ୍ତି । ସେହିପରି ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ ଦିଲ୍ଲୀପ ତିର୍କୀ ବତ ବିପର୍ଯ୍ୟୟ ପରାଜୟର ସମ୍ମୁଖୀନ ହୋଇଛନ୍ତି ।

Related posts

ରୋଇଂ ଗେମ୍ସର ସିଙ୍ଗଲସ୍ ସ୍କଲସର ପ୍ରଥମ ହିଟରେ ୪ର୍ଥ ସ୍ଥାନରେ ରହିଛନ୍ତି ବଲରାଜ

୧୯ତମ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ହେଇଛନ୍ତି ଓଡ଼ିଶାର ସର୍ବାଧିକ ୧୩ ଜଣ କ୍ରୀଡ଼ାବିତ

Odisha Sports Bureau

ଅଧିନାୟକଙ୍କ ଦମଦାର୍ ପ୍ରଦର୍ଶନ, ବାକି ସବୁ ରହିଗଲେ ପଛରେ, ଆମେରିକା ଆଗରେ ୧୬୨ ଟାର୍ଗେଟ୍

Odisha Sports Bureau