Cricket

କହିଲେ ବିଶ୍ୱକପ୍ ନେଇ ପାରେ ଭାରତ, ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ

ପୂର୍ବତନ କ୍ରିକେଟର ସଚିନଙ୍କ ଭବିଷ୍ୟବାଣୀ
କହିଲେ ବିଶ୍ୱକପ୍ ନେଇ ପାରେ ଭାରତ
ନାହିଁ ପାକିସ୍ତାନର ନାଁ
ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ
ସେମିରେ ଯିବେ ଏହି ୪ଦଳ

ଅକ୍ଟୋବର ୫ରୁ ଆରମ୍ଭ ହୋଇଛି ବିଶ୍ୱକପ । ଟାଇଟଲ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଶ୍ୱର ୧୦ବଛା ବଛା ଟିମ । ବିଶ୍ୱକପ ଏବେ ଖୁବ ରୋମାଞ୍ଚକର ହେଉଥିବାର ଦେଖିବାକୁ ମିଳୁଛି । ଭାରତରେ ଖେଳା ଯାଉଥିବାରୁ ଫ୍ୟାନମାନେ ଖୁବ ଉତ୍ସାହିତ ଅଛନ୍ତି । ଯେହେତୁ ଏଥର ଭାରତରେ ବିଶ୍ୱକପ ଖେଳା ଯାଉଛି ଟିମ ଇଣ୍ଡିଆ ଟାଇଟଲ ଜିତିବାର ଦାବିଦାର ରହୁଛି । ଏସବୁ ଭିତରେ ପୂର୍ବତନ କ୍ରିକେଟର ସଚିନ ଏକ ଭବିଶ୍ୟବାଣୀ କରିଛନ୍ତି ।

ବିଶ୍ୱକପରେ ୧୦ ଟିମ ମଧ୍ୟରୁ ୪ଜଣ ଟିମ ସେମିଫାଇ ଖେଳିବେ ବୋଲି ସଚିନ କହିଛନ୍ତି । ଚାରିଟି ଟିମ ସେମିଫାଇନାଲର ଦାବିଦାର ବୋଲି ସେ କହିଛନ୍ତି । ସେଥିରେ କିନ୍ତୁ ପାକିସ୍ତାନ ନାଁ ନାହିଁ । ଏହା ଶୁଣି ପାକିସ୍ତାନ ଏବେ କାନ୍ଦୁଛି । ସଚିନଙ୍କ ଅନୁଯାୟୀ ଇଂଲଣ୍ଡ, ଅଷ୍ଟ୍ରେଲିୟା , ଭାରତ ଏବଂ ନ୍ୟୁଜିଲାଣ୍ଡ ଏଥର ସେମିଫାଇନାଲ ଖେଳିବେ । ଏହା ସହ ସଚିନ ଆହୁରି କହିଛନ୍ତି ଏଥର ଭାରତ ୨୦୧୧ର ପୁନରାବୃତି କରିବ । କାରଣ ଭାରତ ଏବେ ଭଲ ପ୍ରଦର୍ଶନ କରୁଛି । ଯଦି ଭାରତ ଟିମ ଏକାଗ୍ରତାର ସହ ଆଗକୁ ବଢେ ତେବେ ଭାରତ ଟାଇଟେଲ ଜିତିବାର ସୁଯୋଗ ରହିଛି । ତେନ୍ଦୁଲକର କହିଛନ୍ତି ଆମ ପାଖରେ ଶକ୍ତିଶାଳୀ ଟିମ ରହିଛି । ଏହା ସହ ଭଲ ଅଲରାଉଣ୍ଡର ଏବଂ ବୋଲର ଅଛନ୍ତି । ସବୁ ବର୍ଗରେ ଏବେ ଭାରତ ଶକ୍ତିଶାଳି ଟିମ ।

ଅନ୍ୟପଟେ ୪ରି ଟିମରୁ ବାଦ ଦେଇଛନ୍ତି ପାକିସ୍ତାନକୁ । ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଟିମର ଖାସ ପ୍ରଦର୍ଶନ ନାହିଁ । ଚଳିତ ବର୍ଷ ହୋଇଥିବା ଏସିଆ କପରେ ପାକିସ୍ତାନ ଟିମର ପ୍ରଦର୍ଶନ ନିରାସଜନକ ହୋଇଥିଲା । ସେଥିପାଇଁ ସଚିନ ପାକିସ୍ତାନକୁ ସେମିଫାଲନାଲରେ ଦେଖୁନାହାନ୍ତି ।

Related posts

ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଟିକେଟ ବିକ୍ରି  ଆରମ୍ଭ

Odisha Sports Bureau

ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ପହଞ୍ଚିଛି ଏକ ସ୍ୱତନ୍ତ୍ର ବିମାନ

Odisha Sports Bureau

ଆଇସିସିର ନୂଆ ବିତ୍ତୀୟ ମଡେଲ: ବିସିସିଆଇର ବାର୍ଷିକ ଆୟ ହେବ ୨୩୦ ମିଲିଅନ୍ ଡଲାର