ପୂର୍ବତନ କ୍ରିକେଟର ସଚିନଙ୍କ ଭବିଷ୍ୟବାଣୀ
କହିଲେ ବିଶ୍ୱକପ୍ ନେଇ ପାରେ ଭାରତ
ନାହିଁ ପାକିସ୍ତାନର ନାଁ
ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ
ସେମିରେ ଯିବେ ଏହି ୪ଦଳ
ଅକ୍ଟୋବର ୫ରୁ ଆରମ୍ଭ ହୋଇଛି ବିଶ୍ୱକପ । ଟାଇଟଲ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଶ୍ୱର ୧୦ବଛା ବଛା ଟିମ । ବିଶ୍ୱକପ ଏବେ ଖୁବ ରୋମାଞ୍ଚକର ହେଉଥିବାର ଦେଖିବାକୁ ମିଳୁଛି । ଭାରତରେ ଖେଳା ଯାଉଥିବାରୁ ଫ୍ୟାନମାନେ ଖୁବ ଉତ୍ସାହିତ ଅଛନ୍ତି । ଯେହେତୁ ଏଥର ଭାରତରେ ବିଶ୍ୱକପ ଖେଳା ଯାଉଛି ଟିମ ଇଣ୍ଡିଆ ଟାଇଟଲ ଜିତିବାର ଦାବିଦାର ରହୁଛି । ଏସବୁ ଭିତରେ ପୂର୍ବତନ କ୍ରିକେଟର ସଚିନ ଏକ ଭବିଶ୍ୟବାଣୀ କରିଛନ୍ତି ।
ବିଶ୍ୱକପରେ ୧୦ ଟିମ ମଧ୍ୟରୁ ୪ଜଣ ଟିମ ସେମିଫାଇ ଖେଳିବେ ବୋଲି ସଚିନ କହିଛନ୍ତି । ଚାରିଟି ଟିମ ସେମିଫାଇନାଲର ଦାବିଦାର ବୋଲି ସେ କହିଛନ୍ତି । ସେଥିରେ କିନ୍ତୁ ପାକିସ୍ତାନ ନାଁ ନାହିଁ । ଏହା ଶୁଣି ପାକିସ୍ତାନ ଏବେ କାନ୍ଦୁଛି । ସଚିନଙ୍କ ଅନୁଯାୟୀ ଇଂଲଣ୍ଡ, ଅଷ୍ଟ୍ରେଲିୟା , ଭାରତ ଏବଂ ନ୍ୟୁଜିଲାଣ୍ଡ ଏଥର ସେମିଫାଇନାଲ ଖେଳିବେ । ଏହା ସହ ସଚିନ ଆହୁରି କହିଛନ୍ତି ଏଥର ଭାରତ ୨୦୧୧ର ପୁନରାବୃତି କରିବ । କାରଣ ଭାରତ ଏବେ ଭଲ ପ୍ରଦର୍ଶନ କରୁଛି । ଯଦି ଭାରତ ଟିମ ଏକାଗ୍ରତାର ସହ ଆଗକୁ ବଢେ ତେବେ ଭାରତ ଟାଇଟେଲ ଜିତିବାର ସୁଯୋଗ ରହିଛି । ତେନ୍ଦୁଲକର କହିଛନ୍ତି ଆମ ପାଖରେ ଶକ୍ତିଶାଳୀ ଟିମ ରହିଛି । ଏହା ସହ ଭଲ ଅଲରାଉଣ୍ଡର ଏବଂ ବୋଲର ଅଛନ୍ତି । ସବୁ ବର୍ଗରେ ଏବେ ଭାରତ ଶକ୍ତିଶାଳି ଟିମ ।
ଅନ୍ୟପଟେ ୪ରି ଟିମରୁ ବାଦ ଦେଇଛନ୍ତି ପାକିସ୍ତାନକୁ । ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଟିମର ଖାସ ପ୍ରଦର୍ଶନ ନାହିଁ । ଚଳିତ ବର୍ଷ ହୋଇଥିବା ଏସିଆ କପରେ ପାକିସ୍ତାନ ଟିମର ପ୍ରଦର୍ଶନ ନିରାସଜନକ ହୋଇଥିଲା । ସେଥିପାଇଁ ସଚିନ ପାକିସ୍ତାନକୁ ସେମିଫାଲନାଲରେ ଦେଖୁନାହାନ୍ତି ।