Cricket

ସୋସିଆଲ ମିଡିଆରେ ଭଉଣୀଙ୍କୁ ନେଇ ଭାବବିହ୍ୱଳ ହେଲେ ହର୍ଷଲ

ବ୍ୟୁରୋ : ବାଙ୍ଗାଲୋରର ଷ୍ଟାର ଖେଳାଳି ହର୍ଷଲ ପଟେଲ ନିଜ ଭଉଣୀଙ୍କ ଉଦ୍ଦେଶ୍ୟରେ ଏକ ବେଶ୍ ଭାବପୂର୍ଣ୍ଣ ଟ୍ୱିଟ କରିଛନ୍ତି । ଚଳିତ ସଂସ୍କରଣରେ ମୁମ୍ବାଇ ବିପକ୍ଷ ମ୍ୟାଚ ପରେ ସେ ସୂଚନା ପାଇଥିଲେ ଯେ ତାଙ୍କ ଭଉଣୀଙ୍କ ନିଧନ ହୋଇଛି ଯାଇଛି । ଏହି ଖବର ଶୁଣିବା ପରେ ସଙ୍ଗେ ସଙ୍ଗେ ସେ ନିଜ ଘରକୁ ଚାଲିଯାଇ ଥିଲେ । ଏହିପରି ଏକ ଦୁଖଃଦ ସମୟରେ ସେ ନିଜ ପରିବାର ସହିତ ରହି ପରିବାର ଲୋକଙ୍କ ମନୋବଳ ବୃଦ୍ଧି କରିଥିଲେ । ସେଥି ପାଇଁ ତାଙ୍କୁ ଚେନ୍ନାଇ ବିପକ୍ଷ ମ୍ୟାଚରେ ଟିମରେ ଦେଖିବାକୁ ମିଳି ନଥିଲେ ।

ଦିଲ୍ଲୀ ବିପକ୍ଷ ମ୍ୟାଚରେ ହର୍ଷଲ ପୁଣି ଟିମରେ ଯୋଗ ଦେଇଥିଲେ । ନିଜର ଦମଦାର ବୋଲିଙ୍ଗ ମାଧ୍ୟମରେ ଟିମକୁ ଜିତାଇଥିଲେ । ଦର୍ଶକ ଓ ଟିମ ସମସ୍ତେ ଏହି ବିଜୟରେ ଖୁସି ହୋଇଥିଲେ । କିନ୍ତୁ ହର୍ଷଲ ଏହି ସମୟରେ ନିଜ ଭଉଣୀଙ୍କୁ ମନେ ପକାଇ ଥିଲେ ।

ନିଜ ଟ୍ୱିଟରେ ନିଜ ଭଉଣୀ ସମ୍ପର୍କରେ ସେ କହିଛନ୍ତି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତୁମେ କଷ୍ଟ ଭୋଗୁ ଥିଲ କିନ୍ତୁ କେବେ ତୁମ ମୁହଁରୁ ହସ ଲିଭି ନଥିଲା । ତୁମେ ଆମ ଜୀବନର ସବୁଠାରୁ ଦୟାଳୁ ଓ ମଜାଳିଆ ଲୋକ ଥିଲ । ତୁମେ ମେଡିକାଲରେ ଆଉ ମଧ୍ୟ କହିଥଲ ଯେ ଏସବୁ ସର୍ମ୍ପକରେ ଚିନ୍ତା ନକରି ନିଜ ଖେଳ ଜାରି ରଖିବା ପାଇ, ତୁମର ସେ ପଦିଏ କଥା ପାଇଁ ଆଜି ମୁଁ ପୁଣି ସେହି ପଡିଆରେ । ଜୀବନର ସବୁ ସମୟରେ ତୁମେ ମନେ ପଡିବ ଓ ମୁଁ ସେ ସବୁ କାମ ଜାରି ରଖିବି ଯେଉଁଥି ପାଇଁ ତୁମେ ମୋ ଉପରେ ଗର୍ବ କରିବ ।

Related posts

ଚୋରି ଅଭିଯୋଗରେ ଫସିଲେ ଷ୍ଟାର ଖେଳାଳୀ

Odisha Sports Bureau

ବିରାଟଙ୍କ ନୂଆ ରେକର୍ଡ଼ ନେଇ ତାଙ୍କୁ ଅଭିନୟ ଊପାୟରେ ଶୁଭେଚ୍ଛା ଜଣାଇଲା ମୁମ୍ବାଇ ପୋଲିସ

Odisha Sports Bureau

ବୁମରାଙ୍କ ବୋଲିଂରେ ଧରାସାଇ ହେଲା ଇଂଲଣ୍ଡ ଦଳ

Odisha Sports Bureau