Hockey

ଓଡିଶାକୁ ଫେରିଲା HOCKEY

ଭୁବନେଶ୍ୱର: ପୁଣି ଥରେ ହକି ବିଶ୍ୱକପ ପାଇଁ ଅନୁମତି ପାଇଛି ହକିର ହବ ଭାବେ ପରିଚିତ ପାଇଥିବା ଓଡିଶା । ଚଳିତ ବର୍ଷ ଜୁନିୟର ହକି ବିଶ୍ୱକପ ଆୟୋଜନ କରିବା ପାଇଁ ଓଡିଶା ପ୍ରସ୍ତୁତ ହେଉଛି । ଏ ନେଇ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଜୁନିୟର ହକି ବିଶ୍ୱକପ । ଏହି ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱକପର ଲୋଗୋ ସହିତ ଟ୍ରଫିକୁ ଉନ୍ମୋଚନ କରିଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଗୌହାଟି ପ୍ରଥମ ପସନ୍ଦ ଥିବା ବେଳେ ଲକ୍ଷ୍ନୌ ଏବଂ ଓଡିଶା ଦ୍ୱିତୀୟ ପସନ୍ଦ ଭାବେ ସାମିଲ ଥିଲା । ତେବେ ଶେଷରେ ଓଡିଶାକୁ ଏହାର ଆୟୋଜନ ପାଇଁ ଦାୟିତ୍ୱ ଦିଆଯାଇଛି । ଅନ୍ତର୍ଜାତୀୟ ହକି ଫେଡେରେସନ(FIH) ତରଫରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଓଡିଶା ସରକାରଙ୍କ ସହ ଆଲୋଚନା କରାଯାଇଥିଲା । ପୁଣି ବିଶ୍ୱକପ ଭଳି ଏକ ମେଗା ଇଭେଣ୍ଟ ଆୟୋଜନ କରିବା ନେଇ ଆଜି ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି । ଗତ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ସଫଳତା ପୂର୍ବକ ଆୟୋଜନ ହୋଇଥିଲା। ଯାହା ପରେ ଓଡ଼ିଶାରେ ୨୦୨୩ ପୁରୁଷ ହକି ବିଶ୍ୱକପ ମଧ୍ୟ ଆୟୋଜନ ହେବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

Related posts

ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ହାସଲ କଲେ ବ୍ରୋଞ୍ଜ ପଦକ

Odisha Sports Bureau

ବୀରେନ୍ଦ୍ରଙ୍କୁ ମିଶାଇ ଓଡ଼ିଶା ପୁଲିସ୍‌ରେ ନିଯୁକ୍ତି ଦିଆଗଲାଣି ମୋଟ ୧୩୬ ଜଣ କ୍ରୀଡ଼ାବିତ୍‌

Odisha Sports Bureau

ଚମକୁଛି ନୀରଜଙ୍କ ଭାଗ୍ୟ

Odisha Sports Bureau