Cricket

ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ICCର ଥିମ ସଙ୍ଗ; କୋହଲୀ- ପୋଲାର୍ଡଙ୍କ ଦମଦାର ଏଣ୍ଟ୍ରି

ଦୁବାଇ: ଆସନ୍ତା ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଥିମ ସଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ (ICC) । ଅକ୍ଟୋବର ୧୭ ତାରିଖରୁ ଓମାନ ଏବଂ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ତେଣୁ ଏନେଇ କ୍ରିକେଟପ୍ରେମୀ ମାନଙ୍କର ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

ଏହା ମଧ୍ୟରେ ICC ବିଶ୍ୱକପ ପାଇଁ ଥିମ ସଙ୍ଗ ଜାରି କରି ସାରିଛି । ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀଙ୍କ ନିର୍ଦ୍ଦେଶନାରେ ଏହି ଆନିମେଟେଡ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ବହୁ ଯୁବ ପ୍ରଶଂସକଙ୍କ ସମେତ କିଛି ନାମୀ ଖେଳାଳୀମାନଙ୍କୁ ସ୍ଥାନ ଦିଆଯାଇଛି । ଏମାନଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଏବଂ ୱେଷ୍ଟଇଣ୍ଡିଜ ଅଧିନାୟକ କାଏରନ ପୋଲାର୍ଡଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏ ଦୁହିଁଙ୍କ ବ୍ୟତୀତ ଅଷ୍ଟ୍ରେଲିୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବଂ ଆଫଗାନିସ୍ତାନର ରାଶିଦ ଖାନଙ୍କୁ ଏହି ଆନିମେଟେଡ ଫିଲ୍ମରେ ସ୍ଥାନିତ କରାଯାଇଛି ।

Related posts

ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ

Odisha Sports Bureau

ସ୍ଲୋ ଓଭର ରେଟ୍ ପାଇଁ ଶୁବମନ ଗିଲଙ୍କୁ ଜରିମାନା

Odisha Sports Bureau

ଗ୍ରାଉଣ୍ଡ ଷ୍ଟାଫଙ୍କ ହୃଦୟ ଜିତିଲେ ଧୋନି

Odisha Sports Bureau