ଭୁବନେଶ୍ୱର: ଆଜି କମ୍ପିବ କଳିଙ୍ଗ ଷ୍ଟାଡିୟମ | ହକି ବିଶ୍ୱକପ ପାଇଁ ଦଳ ଦଳ ମଧ୍ୟରେ ହେବ ସେମିଫାଇନାଲ ଟକ୍କର | ସାଢେ ୪ଟାରୁ କଳିଙ୍ଗରେ ହେବ ମୁକାବିଲା ପ୍ରଥମ ସେମିଫାଇନାଲରେ କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ | ସେହିପରି ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ ନେଦାରଲାଣ୍ଡ୍ସ ମଧ୍ୟରେ ହେବ ଟକ୍କର । ବିଶ୍ବର ୪ଟି ଶ୍ରେଷ୍ଠ ଟିମ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।ଫାଇନାଲ ଟିକେଟ ପାଇଁ ଟର୍ଫକୁ ଓହ୍ଲାଇବେ ୪ଟି ଟିମ୍ ।ଷ୍ଟ୍ରେଲିଆ କୋଚ୍ କୋଲିନ ବ୍ୟାଚ୍ କହିଛନ୍ତି ଅଷ୍ଟ୍ରେଲିଆ ଶତପ୍ରତିଶତ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ | ସେହିପରି ଚଳିତ ବର୍ଷର ପ୍ରଦର୍ଶନରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ଫାଇନାଲ କୁ ଏହି ଦୁଇ ଦଳ ଯିବା ସମ୍ଭାବନା ଅଛି ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ।
previous post