Cricket

ଆଇସିସିର ବୈଠକରେ ଭାରତ-ପାକ ମ୍ୟାଚ ଉପରେ ଆଲୋଚନା

(ଓଡିଶା ସ୍ପୋର୍ଟ): ୨୭ ଫେବ୍ରୁଆରୀରେ ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁଲୱାମା ଆକ୍ରମଣ ପରେ କ୍ରିକେଟ ବିଶ୍ୱ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ନହେବାକୁ ବିଭିନ୍ନ ସଂଗଠନ ଏବଂ ଖେଳାଳି ଦାବି କରିଥିଲେ । ମ୍ୟାଞ୍ଚେଷ୍ଟର ମୁକାବିଲାରେ ଦୁଇ ଟିମ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ଆଇସିସିର ଦୁବାଇ ବୈଠକରେ ଚର୍ଚ୍ଚା ହୋଇପାରେ ।

ଆଇସିସିର ବୈଠକରେ ବିଶ୍ୱ କପ ସହ ଅନ୍ତଜାର୍ତୀୟ କ୍ରିକେଟ ସହ ଜଡିତ ଅନେକ ମୁଦ୍ଦା ଉପେରେ ଚର୍ଚ୍ଚା ହୋଇପାରେ । ଅନ୍ୟପଟେ ବିସିସିଆଇର ଗୋଟିଏ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାରଙ୍କ ନିର୍ଦ୍ଦେଶ ପରେ ହିଁ ଏହି ମାମଲାରେ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ ଭାରତୀୟ ବୋଲର ହରଭଜନ ସିଂହ କହିଥିଲେ ଯେ ଭାରତକୁ ପାକିସ୍ତାନ ସହ ମ୍ୟାଚ ନଖେଳବା ଦରକାର । ପାକିସ୍ତାନ ମଧ୍ୟ ମଙ୍ଗଳବାର ନିଜର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ମନା କରିଦେଇଥିଲା । ଅନ୍ୟପଟେ ବିସିସିଆଇ ସୂଚନା ଦେଇଛି ଯେ ମ୍ୟାଚ ନଖେଳିବାକୁ ଯଦି ସରକାର ନିର୍ଦ୍ଦେଶ ଦିଅନ୍ତି ତେବେ ଆମେ ୱାଲର୍ଡ କପରେ ଖେଳିବୁନି ।

Related posts

ଆଇପିଏଲ୍ ଫାଇନାଲ ସନ୍ଧ୍ୟାକୁ ରଙ୍ଗୀନ କରିବେ ରାପର୍ସ ଡିଭାଇନ୍ ଏବଂ ଜୋନିତା ଗାନ୍ଧୀ, କିଙ୍ଗ ଏବଂ ଡିଜେ ନ୍ୟୁକ୍ଲିୟାଙ୍କ ସ୍ୱରରେ ନାଚିବେ ପ୍ରଶଂସକ

ଭାରତର ବଡ଼ ବିଜୟ ପରେ କ୍ୟାପଟେନ୍ସିକୁ ନେଇ ରୋହିତ ଶର୍ମାଙ୍କ ମତ

Odisha Sports Bureau

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେନି ଶୁଭମନ ଗିଲ ଜଣାଇଲା ବୋର୍ଡ

Odisha Sports Bureau