ଆଇସିିସି ଦିନିକିଆ ତାଲିକା ପ୍ରକାଶ ପାଇଛି । ଆଇସିସି ଦିନିକିଆ ରାଙ୍କିଂରେ ତିନି ଭାରତୀୟ ବ୍ୟାଟର ଅଛନ୍ତି । ଏହି ତାଲିକାରେ ଟପ-୨ରେ ଭାରତୀୟ ଓପନର ଶୁଭମନ ଗିଲ ଅଛନ୍ତି । ୨୦୧୯ ଜାନୁଆରୀ ପରେ ଏହା ପ୍ରଥମ ଥର ଯେବେ ଦିନିକିଆ ରାଙ୍କିଂର ଟପ୍ ୧୦ରେ ପହଞ୍ଚିଛନ୍ତି ଭାରତର ୩ ବ୍ୟାଟର । ଗିଲଙ୍କ ବ୍ୟତୀତ ତାରକା ବ୍ୟାଟର ବିରାଟ କୋହଲି ୮ମ ଓ କ୍ୟାପଟେନ ରୋହିତ ଶର୍ମା ୯ମ ସ୍ଥାନରେ ରହିଛନ୍ତି । ୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୩ ଜଣ ଭାରତୀୟ ଆଇସିସି ରାଙ୍କିଂର ଟପ୍ ୧୦ରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି।
୨୦୧୯ ଜାନୁଆରୀ ରେ ପ୍ରକାଶିତ ଦିନିକିଆ ରାଙ୍କିଂରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଶିଖର ଧୱନ ଟପ-୧୦ରେ ରହିଥିଲେ । ସଦ୍ୟ ପ୍ରକାଶିତ ରାଙ୍କିଂରେ ୮୬୩ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ । ବାବର ମୋଟ ୮୬୩ ପଏଣ୍ଟ ସହ ରାଙ୍କିଙ୍ଗର ୧ ନଂ ସ୍ଥାନରେ ଓ ଗିଲ୍ ୭୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।