Cricket

ଆଇସିସି ଦିନିକିଆ ରାଙ୍କିଙ୍ଗ : ଗିଲ ନମ୍ବର ୱାନ ବ୍ୟାଟର, ସିରାଜ ନମ୍ବର ୱାନ ବୋଲର

ନୂଆଦିଲ୍ଲୀ : ଚଳିତ ବିଶ୍ୱକପରେ ଭାରତ ଦମଦାର ଫର୍ମରେ ଅଛି । ଭାର ଏ ପର୍ଯ୍ୟନ୍ତ ୮ ଟି ମ୍ୟାଚ ଜିତି ସେମି ଫାଇନାଲରେ ପ୍ରବେଶ କରିଛି । ଭାରତ ଏବେ ବିଶ୍ୱକପ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଛି । ଦଳର ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି ।ଏହି ସବୁ ଭିତରେ ଭାରତକୁ ମିଳିଛି ଏକ ବଡ ଖୁସି ଖବର ।କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆର ଦୁଇ ଖେଳାଳି ବର୍ତ୍ତମାନ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।

ଦୀର୍ଘ ଦିନ ଧରି ODI ରେ ଏକ ନମ୍ବର ବ୍ୟାଟର ରହିଆସିଥିବା ପାକିସ୍ତାନର ବାବର ଆଜାମଙ୍କୁ ପଛରେ ପକାଇ କରି ଭାରତର ଶୁଭମାନ ଗିଲ ବିଶ୍ବର ଏକ ନମ୍ବର ହୋଇଛନ୍ତି। ଶୁଭମାନ ପ୍ରଥମ ଥର ପାଇଁ ODI ରେ ଏକ ନମ୍ବର ମାନ୍ୟତା ହାସଲ କରିଛନ୍ତି। ବର୍ତ୍ତମାନ ଶୁଭମାନ ଗିଲଙ୍କର ୮୩୦ ପଏଣ୍ଟ ରହିଥିବା ବେଳେ ବାବରଙ୍କର ୮୨୪ ପଏଣ୍ଟ ରହିଛି। ଏଥି ସହିତ ଭାରତର ମହମ୍ମଦ ସିରାଜ ପୁଣି ଥରେ ODI ବୋଲରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସିରାଜ ଏସିଆ କପ୍‌ ପରଠୁ ବିଶ୍ବର ଏକ ନମ୍ବର ବୋଲର ରହିଛନ୍ତି। ବର୍ତ୍ତମାନ ସିରାଜଙ୍କର ୭୦୯ ପଏଣ୍ଟ ରହିଥିବା ବେଳେ ଦ୍ବିତୀୟରେ ଦକ୍ଷିଣ ଆଫ୍ରିକାର କେଶବ ମହାରାଜଙ୍କର ୬୯୪ ପଏଣ୍ଟ ରହିଛି।

Related posts

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

Odisha Sports Bureau

ରୋହିତଙ୍କ ଦମଦାର ପ୍ରଦର୍ଶନ, ଛକା ମାରି ରଚିଲେ ଇତିହାସ

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ହେବ ମହା ମୁକାବିଲା

Odisha Sports Bureau