Cricket

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା

ବିଶ୍ବକପ୍‌ ପାଖେଇ ଆସିଛି, ଆଉ ଯେଉଁ ଦଳ ସହ ଭାରତ ଅକ୍ଟୋବର ୮ ତାରିଖରେ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ସେହି ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ ସହ ଶୁକ୍ରବାରଠାରୁ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା ଖେଳି ରିହରସଲ୍ କରିବ। ଘରୋଇ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଏହି ମ୍ୟାଚ୍‌ ଖେଳୁଛି। ଭାରତୀୟ ଦଳ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ଏବେ ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ପରୀକ୍ଷା ପାଇଁ ଆଉ ଏକ ସୁଯୋଗ ମିଳିଛି। ବିଶ୍ବକପ୍‌ ପୂର୍ବର ଏହି ଲଢ଼େଇରେ ଭାରତୀୟ ଦଳରେ‌ ଗୋଟିଏ ବ୍ୟକ୍ତିଗତ ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ। ନିଜ ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ଦୁଇ ମୁମ୍ବାଇ ବ୍ୟାଟର୍‌ ଶ୍ରେୟସ ଆୟର୍‌ ଏବଂ ସୂର୍ଯ୍ୟକୁମାର ଯାଦବ ଆଶା ରଖିଛନ୍ତି।

Related posts

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

Odisha Sports Bureau

ଭିଭୋ IPL ହେଲା ଟାଟା IPL

Odisha Sports Bureau

ଧର୍ମଶାଳା ଟେଷ୍ଟମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau