Cricket

ଆଜି ଭାରତ – ବାଂଲାଦେଶ ମଧ୍ୟରେ କଡା ଟକ୍କର

ନୂଆଦିଲ୍ଲୀ; ଭାରତ – ବାଂଲାଦେଣ ସୁପର ୮ ଟକ୍କର । ଆଜି ସନ୍ଧ୍ୟାରେ ହାଇ ଭୋଲଟେଜ ମୁକାବିଲା ।ସୁପର -୮ ରାଉଣ୍ଡର ଗ୍ରୁପ -୧ ରେ ଭାରତ – ବାଂଲାଦେଶ ପରସ୍ୱର ଭେଟିବାକୁ ଯାଉଛନ୍ତି । ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମ , ଆଣ୍ଟିଗୁଆରେ ଖେଳାଯିବ ଏହି ମ୍ୟାଚ । ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇବା ପରେ ଭାରତ ବିଜୟ ଧାରା ଜାରି ରଖି ସେମି ଫାଇନାଲ ପାଇଁ ପଥ ପରିସ୍ମାର କରିବାକୁ ଲକ୍ଷ୍ୟ ରଖିଛି । ମାତ୍ର ବାଂଲାଦେଣ ପାଇଁ ଏହି ମ୍ୟାଚ ‘ କର ବା ମାର ‘ ପରିସ୍ଥିତି ସୃଷ୍ଟି କରିଛି । ଦଳ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇସାରିଛି ।
ସେପଟେ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍ରେ ଭାରତ ୬୦ ରନରେ ପରାସ୍ତ କରିଥିଲା। ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ୟ୍ୟନ୍ତ ଅପରାଜେୟ ରହି ଜବରଦସ୍ତ ଫର୍ମରେ ରହିଛି। ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଭାରତର ପ୍ରଦର୍ଶନରେ ସନ୍ତୁଳନ ରହିଛି। ତେବେ ଓପନିଂ କରୁଥିବା ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ଋଷଭ ପନ୍ତ ଓ ସୂର୍ୟ୍ୟକୁମାର ଯାଦବ ଭାରତ ପାଇଁ ଦମ୍ଦାର ପ୍ରଦର୍ଶନ କରି ଭାରତ ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି। ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ଦ୍ରୁତ ବୋଲିଂରେ କମାଲ କରିବେ ବୋଲି ଆଶା କରାଯାଉଛି। ସ୍ପିନରେ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଥମ ମ୍ୟାଚ୍ର ପ୍ରଦର୍ଶନ ଦୋହରାଇବେ ବୋଲି ଆଶା କରାଯାଉଛି। ଯେଉଁ ଭାରତୀୟ ଖେଳାଳିମାନେ ଏପର୍ୟ୍ୟନ୍ତ ଭଲ ଖେଳି ନାହାନ୍ତି ସେମାନେ ଏହି ମ୍ୟାଚ୍ରେ ଦମ୍ ଦେଖାଇବେ ବୋଲି ଆଶା କରାଯାଉଛି। ଖାସ୍ କରି କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଟସ୍ ଜିତିବା ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ପସନ୍ଦ କରିବ।
ଅପରପକ୍ଷରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ବାଂଲାଦେଶର ମନୋବଳ ସାମାନ୍ୟ ଦୁର୍ବଳ ହୋଇଛି। ବାଂଲାଦେଶ ଦଳରେ ମଧ୍ୟ କ୍ୱାଲିଟି ବ୍ୟାଟର, ସ୍ପିନର ଓ ଦ୍ରୁତ ବୋଲର ରହିଛନ୍ତି। ବାଂଲାଦେଶ ବିପକ୍ଷରେ ରେକର୍ଡ ଭଲ ରହିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍କୁ ଆଦୌ ହାଲ୍କା ଭାବେ ନେବ ନାହିଁ। ବାଂଲାଦେଶରେ ପାୱାର ହିଟରଙ୍କ ଅଭାବ ରହିଛି। ଏହାର ଫାଇଦା ଭାରତକୁ ମିଳିବ। ଅଲରାଉଣ୍ଡର ସକିବ ଅଲ ହାସନ, ମୁସ୍ତାଫିଜୁର ରହମାନ, ମହମୁଦୁଲ୍ଲା, ଲିଟନ ଦାସ, ସୌମ୍ୟ ସରକାର ଭାରତ ପାଇଁ ସମସ୍ୟା ସୃଷ୍ଟି କରିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍ରେ ଜବରଦସ୍ତ ସଂଘର୍ଷ ଓ ରୋମାଞ୍ଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

Related posts

ବିସିସିଆଇର ଅଜବ ନିଷ୍ପତ୍ତି: ନୂଆ ଜର୍ସିରେ ଲେଖା ହୋଇନି ‘ଇଣ୍ଡିଆ’

Odisha Sports Bureau

ବିଶ୍ୱକପ ୨୦୨୩ :ସେମି ପାଇଁ ଲଢିବେ ଶ୍ରୀଲଙ୍କା – ନ୍ୟୁଜିଲାଣ୍ଡ

Odisha Sports Bureau

WTC ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଖସିଲା ଭାରତ

Odisha Sports Bureau