Football

ଏସୀୟ କ୍ରିଡାରେ ବାଂଲାଦେଶକୁ ୧-୦ରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଏସୀୟ କ୍ରିଡାର ପ୍ରଥମ ବିଜୟୀ ହାସଲ କରିଲା ଭାରତ । ବାଂଲାଦେଶକୁ ପରାସ୍ତ କରିଲା ଭାରତ । ଏସୀୟ କ୍ରିଡାରେ ଭାରତୀୟ ଫୁଟବଲ ଦଳ ବାଂଲାଦେଶକୁ ୧-୦ରେ ପରାସ୍ତ କରିଛି । ଏହି ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନରେ ଖେଳାଯାଇଥିଲା । ଏହା ପୂର୍ବରୁ ଚୀନ ବିପକ୍ଷ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଭଲ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଏହି ମ୍ୟାଚରେ ଭାରତ ବାଂଲାଦେଶକୁ ୧-୦ ଗୋଲରେ ପରାସ୍ତ କରିଛି । ଭାରତ ପକ୍ଷରୁ ଅଧିନାୟକ ସୁନୀଲ ଛେତ୍ରୀ ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇଥିଲେ। ସେ ମ୍ୟାଚର ୮୫ ତମ ମିନିଟରେ ଏହି ଗୋଲ କରିଥିଲେ । ଭାରତ ଓ ବାଂଲାଦେଶ ମ୍ୟାଚରେ ଆରମ୍ଭରୁ ହିଁ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଉଭୟ ଦଳର ଖେଳାଳି ମାନେ ଆରମ୍ଭରୁ ଗୋଲ ସ୍କୋର କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ମ୍ୟାଚ୍ ର ପ୍ରଥମାର୍ଦ୍ଧ ପର୍ୟ୍ୟନ୍ତ ଭାରତ-ବାଂଲାଦେଶ ଖେଳାଳିମାନେ କୌଣସି ଗୋଲ୍ ସ୍କୋର କରିପାରିନଥିଲେ। କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ତେବେ ଉଭୟ ଦଳର ଖେଳାଳିମାନେ ଗୋଲ ସ୍କୋର କରିବାପାଇଁ ଅନେକ ସୁଯୋଗ ପାଇଥିଲେ ମଧ୍ୟ ତାହାର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ।

Related posts

ମେସି ଓ ଫ୍ରେଜରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ଭାବେ ଲୌରିଅସ୍ ପୁରସ୍କାର

Odisha Sports Bureau

ସୁପର କପ ଜିତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଫସି ଖେଳାଳି

ଓଡିଶାର ଦୁଇ ମହିଳା ଖେଳାଳୀ ଭାରତୀୟ ଫୁଟବଲ ଦଳରେ ସାମିଲ

Odisha Sports Bureau