Hockey

୨-୧ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ

ନୂଆଦିଲ୍ଲୀ:  ଭାରତର ଦମଦାର ବିଜୟ । ପାକିସ୍ତାନକୁ ପରାସ୍ତ କଲା ହକି ଟିମ୍ । ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ । ଚୀନରେ ଚାଲିଥିବା ଏସିଆନ ଚାମ୍ପିଅନ୍ସରେ ଭାରତୀୟ ହକି ଟିମର ବିଜୟ ଧାରା ଜାରି ରହିଛି । ଆଜି ପାକିସ୍ତାନକୁ ୨-୧ରେ ପରାସ୍ତ କରିଛି ଭାରତ । ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ୧୩ ଓ ୧୯ ତମ ମିନିଟରେ ଦୁଇଟି ଗୋଲ ଦେଇଛନ୍ତି ।  ଭାରତ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ବି ଗୋଟିଏ ମ୍ୟାଚ୍‌ ହାରିନାହିଁ ।

ଭାରତ ଏବଂ ପାକିସ୍ତାନ ଟିମ ମଧ୍ୟରେ ୩୫୦ ଦିନ ପରେ ହକି ମ୍ୟାଚ ହୋଇଥିଲା । ପାକିସ୍ତାନ ଖେଳ ଆରମ୍ଭରୁ ଭାରତ ଉପରେ ଆଟାକ୍‌ କରିଥିଲା । ୭ ମିନିଟରେ ପାକିସ୍ତାନର ହନ୍ନାନ ଶାହିଦ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ୧୩ ମିନିଟରେ ପ୍ରଥମ ଗୋଲ ଦେଇ ସ୍ଥିତି ୧-୧କୁ ଆଣିଥିଲେ । ଭାରତକୁ ଦ୍ୱିତୀୟ କ୍ୱାର୍ଟରର ୧୯ ମିନିଟରେ ପେନାଲିଟି କର୍ଣ୍ଣର ମିଳିଥିଲା । ଏହାପରେ ଭାରତ ଦ୍ୱିତୀୟ ଗୋଲ କରିଥିଲା । ଏହାସହିତ ଭାରତ ୨-୧ରେ ଆଗୁଆ ହୋଇଥିଲା । ତୃତୀୟ କ୍ୱାର୍ଟର ଭାରତକୁ ୩୮ ମିନିଟରେ ପେନାଲିଟି କର୍ଣ୍ଣର ସୁଯୋଗ ମିଳିଥିଲା । କିନ୍ତୁ ଅଧିନାୟକ ହରମନପ୍ରୀତ ସିଂ ହ୍ୟାଟ୍ରିକ ସୁଯୋଗକୁ ହରାଇଦେଇଥିଲେ ।

 

Related posts

ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ହାସଲ କଲେ ବ୍ରୋଞ୍ଜ ପଦକ

Odisha Sports Bureau

ଜାତୀୟ କନିଷ୍ଠ ପୁରୁଷ ହକି ପାଇଁ ୧୮ ଜଣିଆ ଓଡ଼ିଶା ଦଳ ମହାରାଷ୍ଟ୍ର ଗସ୍ତ

Odisha Sports Bureau

ହକି ହିରୋଙ୍କୁ ଜୋରଦାର ସ୍ୱାଗତ

Odisha Sports Bureau

Leave a Comment