Cricket

ରାଜକୋଟରେ ଖେଳା ଯିବ ଭାରତ–ଇଂଲଣ୍ଡର ୩ୟ ଟେଷ୍ଟ ମ୍ୟାଚ

ଚାଲିଛି ଭାରତ-ଇଂଲଣ୍ଡ ମଧ୍ୟରେ ୫ଟିକିଆ ଟେଷ୍ଟ ସିରିଜ୍ ।କିନ୍ତୁ ଏହାରି ଭିତରେ ଶେଷ ହୋଇଯାଇଛି ୨ଟି ମ୍ୟାଚ । ତେବେ ତୃତିୟ ମ୍ୟାଚଟି ରାଜକୋଟରେ ଖେଳା ଯିବାକୁ ସ୍ତିର କରାଯାଇଥିବା କୁହାଯାଉଛି । ତେବେ ଏହିମ୍ୟାଚରେ ଇଂଲଣ୍ଡ ଦଳରେ ସାମାନ୍ୟ ପରିବର୍ତ୍ତନ ଦେଖାଯିବାର ସୂଚନା ରହିଛି । ସେପଟେ ବିଶାଖାପାଟନମରେ ଭାରତର ବିଜୟ ପରେ ମଧ୍ୟଦଳରେ ପରିବର୍ତ୍ତନ ରହିବାର ସମ୍ଭାବନା ରହିଛି । କାରଣ ଏହାରି ଭିତରେ ଦରୁ ବାଦପଡିଛନ୍ତି ଶ୍ରେୟାସ ଆୟର ଓ କେ ଏଲ ରାହୁଲ । ଏବେ ଏହି ୨ଟି ସ୍ଥାନ ପାଇଁ ୩ଜଣ ଯୁବ ବ୍ୟାଟର ଲାଇନରେ ରହିଛନ୍ତି । ତେବେ ୨ୟ ଟେଷ୍ଟରେ ରାହୁଲଙ୍କ ସ୍ଥାନରେ ରଜତ ପାତିଦାର ପଦାର୍ପଣ କରିଥିବା ବେଳେ ଏଥର ମଧ୍ୟ ସେ ଏକାଦଶରେ ସ୍ଥାନ ବଜାୟ ରଖିବେ ବୋଲି କୁହାଯାଉଛି । ବାକି ଆୟରଙ୍କ ସ୍ଥାନ ପାଇଁ ସର୍ଫରାଜ ଖାନ ଓ ଦେବଦତ୍ତ ପାଡ଼ିକଲଙ୍କ ମଧ୍ୟରୁ ଜଣେ ଡେବ୍ୟୁ କରିବେ । ସର୍ଫରାଜଙ୍କ ଖେଳିବା ସମ୍ଭାବନା ଅଧିକ ରହିଥିବା କୁହାଯାଉଛି । ମାତ୍ର ରାଜକୋଟ୍ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିବାରୁ ଇଂଲଣ୍ଡ ସ୍ପିନରଙ୍କ ମୁକାବିଲା କରିବା ପାଇଁ ବାମ ହାତି ବ୍ୟାଟରଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ । ଇଂଲଣ୍ଡର ସ୍ପିନର ଟମ ହାର୍ଟଲି ବାମ ହାତି ସ୍ପିନର ଓ ରେହାନ ଅହମ୍ମଦ ଡାହାଣ ହାତି ଲେଗ୍ ସ୍ପିନର । ଉଭୟଙ୍କ ବିପକ୍ଷରେ ଜଣେ ବାମ ହାତି ବ୍ୟାଟର ଖେଳିବା ସହଜ ହେବ । ସେପଟେ ଆହତ ସମସ୍ୟା ଯୋଗୁଁ ୨ୟ ଟେଷ୍ଟ ଖେଳିନଥିବା ରବିନ୍ଦ୍ର ଜାଡେଜା ଫିଟ୍ ଘୋଷିତ ହୋଇଛନ୍ତି । ଆଜି ସେ ନେଟ୍ସରେ ଜୋରଦାର ଅଭ୍ୟାସ କରିଥିଲେ। ରାଜକୋଟ୍ ମଧ୍ୟ ତାଙ୍କ ଘରୋଇ ଗ୍ରାଉଣ୍ଡ୍ । ଏହି ଗ୍ରାଉଣ୍ଡରେ ସେ ଗୋଟିଏ ତ୍ରିଶତକ ଓ ୨ଟି ଦ୍ୱିଶତକ (ରଣଜୀ ଟ୍ରଫିରେ) ଅର୍ଜନ କରିଛନ୍ତି । ନେଟ୍ସରେ ଜାଡେଜା ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଟେଷ୍ଟରେ ଫିଲ୍ଡିଂ କରୁଥିବାବେଳେ ଗିଲଙ୍କ ଡାହାଣ ହାତ ବିଶି ଆଙ୍ଗୁଳିରେ ଆଘାତ ଲାଗିଥିଲା । ତେଣୁ ତାଙ୍କୁ ଅଭ୍ୟାସରୁ ବିରତ ରଖାଯାଇଥିଲା । ଆଘାତ ଗୁରୁତର ନୁହେଁ । ତେଣୁ ବୁଧବାର ସେ ଅଭ୍ୟାସ କରିବେ । ବୁମରା, ପାଡ଼ିକଲ ଓ ଆକାଶ ଦୀପ ଅପରାହ୍ଣରେ ଦଳ ସହ ଯୋଗ ଦେଇଛନ୍ତି । ନବାଗତ ୱିକେଟ୍ କିପର ଧ୍ରୁବ ଜୁରେଲ ମଧ୍ୟ ରାଜକୋଟ୍ରେ ପଦାର୍ପଣ କରିବା ସମ୍ଭାବନା ରହିଛି ।

Related posts

ସଞ୍ଜୁ ସାମସନଙ୍କୁ ଚେତାବନୀ ଦେଲେ ପୂର୍ବତନ ଭାରତୀୟ ଓପନର୍

Odisha Sports Bureau

ୱାନ ଡେ ବିଶ୍ୱକପର କ୍ୱାଲିଫାୟର ସୂଚୀ ଜାରି କଲା ଆଇସିସି

ଆସନ୍ତା କାଲିର ଫାଇନାଲ ମ୍ୟାଚ ପାଇଁ ବାର୍ବାଡୋସରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି

Odisha Sports Bureau