Cricket

ପ୍ରଥମ ମ୍ୟାଚରେ ଭାରତର କବଜା

କଲମ୍ବୋ(ଓଡିଶା ସ୍ପୋର୍ଟସ): ବିଜୟ ସହ ଅଧିନାୟକ ପଦର ଶୁଭାରମ୍ଭ କରିଛନ୍ତି ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧୱନ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ୭ ୱିକେଟରେ ବିଜୟ ହାସଲ କରିଛି ଭାରତ । ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା । ତେବେ ନିର୍ଦ୍ଧାରିତ ୫୦ ଓଭରରେ ଦଳ ୯ ୱିକେଟ ହରାଇ ମାତ୍ର ୨୬୨ ରନ ସଂଗ୍ରହ କରି ପାରିଥିଲା । ତେବେ ଶିଖର ସେନା ଏହି ଲକ୍ଷ୍ୟକୁ ଅତି ସହଜରେ ମାତ୍ର ୩୬.୪ ଓଭରରେ ହାସଲ କରି ନେଇଛି ।
ଭାରତ ପକ୍ଷରୁ ଅଧିନାୟକ ଶିଖର ଧୱନ ଏବଂ ଯୁବ ପୃଥ୍ୱୀ ଶ’ ଭାରତ ପାଇଁ ପାଳି ଆରମ୍ଭ କରିଥିଲେ । ଉଭୟଙ୍କ ଦମଦାର ବ୍ୟାଟିଂ ବଳରେ ଦଳ ପ୍ରଥମ ମ୍ୟାଚରେ କବଜା କରି ପାରିଥିଲା । ଅଧିନାୟକ ଶିଖର ଧୱନ ୯୫ ବଲରେ ୮୬ ରନର ଏକ ମ୍ୟାଚ ୱିନିଙ୍ଗ ପାରି ଖେଳିଥିଲେ । ତାଙ୍କର ଏହି ପାରିରେ ୬ଟି ଚୌକା ସହ ଗୋଟିଏ ଛକା ସାମିଲ ଥିଲା । ଅନ୍ୟ ପକ୍ଷରେ ପୃଥ୍ୱୀ ଶ’ ମଧ୍ୟ ଧୱନଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ମାତ୍ର ୫.୩ ଓଭରରେ ୫୮ ଦନ ଯୋଡିଥିଲେ । ୨୪ଟି ବଲରେ ୯ଟି ଚୌକା ସହ ୪୩ ରନର ଏକ ଦୃତ ପାଲି ଖେଳିଥିଲେ ପୃଥ୍ୱୀ ଶ’ । ଏହା ପରେ ଦେଖିବାକୁ ମିଳିଥିଲା ଏହି ମ୍ୟାଚରେ ଡେବ୍ୟୁ କରିତିବା ଇଶାନ କିଶାନଙ୍କ ଜଲୱା । ମାତ୍ର ୪୨ ବଲରେ ୫୯ ରନ କରି ନିଜର ପ୍ରଥମ ମ୍ୟାଚରେ ହିଁ ଅର୍ଦ୍ଧଶତକ ହାସଲ କରିଥିଲେ ଇଶାନ । ଧୱନଙ୍କ ସହ ମିଶି ୭୪ ବଲରେ ୮୫ ରନର ଏକ ଭାଗିଦାରୀ ସେ ବନେଇଥିଲେ । ଏହାପରେ ମନୀଷ ପାଣ୍ଡେଙ୍କ ୨୬ ଏବଂ ଅନ୍ୟତମ ଡେବ୍ୟୁଟାଣ୍ଟ ସୂର୍ଯ୍ୟକୁମାର ଯାଦବଙ୍କ ୩୧ ରନର ପାରି ସହାଯ୍ୟରେ ଭାରତ ଏହି ମ୍ୟାଚକୁ ହାତେଇ ନେଇଥଲା । ଶେଷରେ ପୃଥ୍ୱୀ ଶ’ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା ।


ତେବେ ଅନ୍ୟ ପକ୍ଷରେ ଶ୍ରୀଲଙ୍କା ଦଳ ବରିଷ୍ଠ ଖେଳାଳୀମାନଙ୍କୁ ହରାଇବା ସହ ଆତ୍ମ ବିଶ୍ୱାସ ହରାଇଥିବା ଭଳି ଜଣା ପଡୁଥିଲା । ଅଭିଷ୍କା ଫର୍ଣ୍ଣାଣ୍ଡୋ ଏବଂ ମିନୋଦ ଭାନୁକା ଦଳକୁ ଏକ ଭଲ ଷ୍ଟାର୍ଟ ଦେଇଥିଲେ ବି ଦଳ ଏହାକୁ ବଜାୟ ରକିବାରେ ବିଫଳ ହୋଇଥିଲା । ଯାହା ଫଳରେ ଭାରତର ବୋଲିଭ୍ଗ ଆଟାକ ସାମନାରେ ହାର ମାନିଥିଲା ଶ୍ରୀଲଙ୍କା ଦଳ । ଭାରତୀୟ ବୋଲରମାନଙ୍କ ସାମନାରେ ବିପକ୍ଷ ଦଳର କୌଣସି ବ୍ୟାଟ୍ସମ୍ୟାନ ବେଶୀ ସମୟ ତିଷ୍ଠି ପାରି ନଥିଲେ । ଭାରତ ପକ୍ଷରୁ ଦୀପକ ଚହର,କୁଳଦୀପ ଏବଂ ଚହଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସେହିପରି ପାଣ୍ଡ୍ୟା ବ୍ରଦର୍ସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିପାରିଥିଲେ । ତେବେ ୯ ଓଭରରେ ୬୩ ଦନ ଦେଇ କୌଣସି ୱିକେଟ ହାସଲ କରି ନ ପାରିବାରୁ ନିରାଶ କରିଥିଲେ ଉପଅଧିନାୟକ ଭୁବନେଶ୍ୱର କୁମାର ।

Related posts

ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି; ବୋଲିଂ ଅଭ୍ୟାସ କରୁଛନ୍ତି କ୍ୟାପଟେନ ପାଣ୍ଡ୍ୟା

Odisha Sports Bureau

ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବଢାଇବା ପାଇଁ କାମ କରିବାକୁ ପଡ଼ିବ: ଗାଙ୍ଗୁଲି

Odisha Sports Bureau

ଦିଲ୍ଲୀରୁ ବାହାରିବେ କି ଅଶ୍ୱୀନ??

Odisha Sports Bureau