Cricket

ମଜବୁତ ସ୍ଥିତିରେ ଭାରତ

ସେଞ୍ଚୁରିୟନ: ସେଞ୍ଚୁରିୟନରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ମଜବୁତ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୯୪ ରନ ସଂଗ୍ରହ କରିଛି ଦକ୍ଷିଣ ଆଫ୍ରିକା । ତେଣୁ ପଞ୍ଚମ ଦିନରେ ଦଳକୁ ବିଜୟ ଲକ୍ଷ ରହିଛି ୨୧୧ ରନ । ସେହିପରି ଭାରତକୁ ବିଜୟ ହାସଲ ପାଇଁ ମଧ୍ୟ ୬ଟି ୱିକେଟର ଆବଶ୍ୟକତା ରହିଛି । ଚତୁର୍ଥ ଦିନରେ ୧୭୪ ରନରେ ଅଲଆଉଟ ହୋଇଯିବା ପରେ ସାଉଥ ଆଫ୍ରିକାକୁ ମିଳିଥିଲା ୩୦୫ ରନର ଲକ୍ଷ୍ୟ । କିନ୍ତୁ ପ୍ରାରମ୍ଭରୁ ୱିକେଟ ପତନର ଶିକାର ହୋଇଥିବା ବେଳେ ଚତୁର୍ଥ ଦିନ ଶେଷ ସୁଦ୍ଧା ୯୪ ରନ କରି ୪ ୱିକେଟ ହରାଇଛି କ୍ରିକେଟ ସାଉଥ ଆଫ୍ରିକା । ତେବେ ଆଜି ଶେଷ ଦିନରେ ଦଳକୁ ୨୧୧ ରନର ଆବଶ୍ୟକତା ରହିଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୨୨ରନ ଦେଇ ୨ ଓ୍ବିକେଟ ନେଇଥିବା ବେଳେ, ମହମ୍ମଦ ସାମୀ ୨୯ରନଦେଇ ୧ ଓ୍ବିକେଟ, ମହମ୍ମଦ ସିରାଜ ୨୫ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ଶାର୍ଦ୍ଦୁଳ ଠାକୁର ୧୧ରନ ଏବଂ ଅଶ୍ବିନ ୬ରନ ଦେଇଛନ୍ତି ।

Related posts

ଆଜିର ଦିନରେ ଯୁବରାଜ ସିଂ ଗୋଟିଏ ଓଭରରେ ମାରିଥିଲେ ୬ ଛକା

Odisha Sports Bureau

ଭାରତର ଦମଦାର ବିଜୟ

Odisha Sports Bureau

ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି