Uncategorized

ସୁପର୍ ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ ଭାରତ

ମୁମ୍ବାଇ : ଭାରତ ସୁପର୍ ଓଭରରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମହିଳା ଟ୍ବେଣ୍ଟି-୨୦ରେ ବିଜୟୀ ହୋଇଛି । ଏହା ସହ ୫ ମ୍ୟାଚ୍ ଶୃଙ୍ଖଳାକୁ ହର୍ମନପ୍ରୀତ୍ କୌରଙ୍କ ଦଳ ୧-୧ ସ୍ତରକୁ ଆଣିଛି । ୧୮୭ ରନ୍ ସଂଗ୍ରହ କରି ମ୍ୟାଚ୍ ଟାଇ କରିଥିଲେ ଉଭୟ ଦଳ । ସୁପର୍ ଓଭରରେ ଭାରତ ୧ ୱିକେଟ୍ ବିନିମୟରେ ୨୦ ରନ୍ ସଂଗ୍ରହ କରିବା ପରେ ଅଷ୍ଟ୍ରେଲିଆକୁ ୧୬/୧ରେ ରୋକି ଦେଇଥିଲା। ଯେଉଁଥି ପାଇଁ ୪ ରନରେ ରୋମାଞ୍ଚକର ବିଜୟୀ ହାସଲ କରିଛି ଭାରତ । ଏହି ଫଳାଫଳ ସହିତ ୨୦୨୨ରେ ଅଷ୍ଟ୍ରେଲିଆ ପ୍ରଥମ ପରାଜୟ ବରଣ କରିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ଘରୋଇ ମାଟିରେ ଅଷ୍ଟମ ମୁକାବିଲାରୁ ଦ୍ବିତୀୟ ବିଜୟ ଥିଲା। ମୋଟ ଉପରେ ଭାରତ ମାତ୍ର ସପ୍ତମ ବିଜୟ ପାଇଛି ୨୭ ମ୍ୟାଚ୍ରୁ ।

Related posts

ଟାଟା ଓପନ୍ ମହାରାଷ୍ଟ୍ରର ୱାଇର୍ଲ୍ଡ କାର୍ଡ ଏଣ୍ଟ୍ରିରେ ରାଜକୁମାର

Odisha Sports Bureau

ଇଣ୍ଡିଆନ୍‌ ଗ୍ରାଁ ପ୍ରି ୫ ରେ କିଶୋର, ଶ୍ରାବଣୀ ପ୍ରଥମ

Odisha Sports Bureau

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

Odisha Sports Bureau

Leave a Comment