ଆସନ୍ତା ସେପ୍ଟେମ୍ବର ୨ତାରିଖରେ ଖେଳାଯିବ ଏସିଆ କପ୍ ୨୦୨୩ । ଏହି ମ୍ୟାଚ ଶ୍ରେୀଲାଙ୍କାର କ୍ୟାଣ୍ଡିରେ ଖେଳାଯିବାକୁ ଥିବା ବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ କଡା ଟକର । ଏହି ଟୁର୍ଣ୍ଣାମେଣ୍ଟର ସୂଚୀ ଆଜି ଅଫିସିଆଲ ଘୋଶଣା କରାଯିବ । ଏହି ଟୁର୍ଣ୍ଣା ମେଣ୍ଟର କିଛି ମ୍ୟାଚ ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ କିଛି ମ୍ୟାଚ ଶ୍ରୀଲଙ୍କା ରେ ଖେଳାଯିବାର ସୂଚନା ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଟି ଅଗଷ୍ଟ ୩୧ ରୁ ଆରମ୍ଭ ହେବ ବୋଲି କୁହାଯାଇଛି ।
ସୂଚନା ମୁତାବକ, ଏସିଆ କପ ୨୦୨୩ ପ୍ରଥମ ମ୍ୟାଚ ପାକିସ୍ତାନର ମୁଲତାନରେ ଖେଳାଯିବାକୁ ଥିବା ବେଳେ ଫାଇନାଲ ମ୍ୟାଚଟି କଲୋମ୍ବୋରେ ଖେଳାଯିବ ବୋଲି କୁହାଯାଉଛି । ଭାରତ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ରେ ଖେଳାଯିବାକୁ ଥିବାବେଳେ ସେପ୍ଟେମ୍ବର ୧୭ରେ ଖେଳା ଯିବ ଫାଇନାଲ ମ୍ୟଚ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଦ୍ୱିପ୍ରହର ୧.୩୦ ମିନିଟିରେ ଖେଳାଯିବ ମ୍ୟାଚ । ଏଥିରେ ଟିମ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଥିବା ବେଳେ ଭାରତ , ପାକିସ୍ତାନ ଓ ନେପାଳ ଗୋଟିଏ ଗ୍ରୁପରେ ଥିବା ବେଳେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନକୁ ଦ୍ୱିତୀୟ ଗ୍ରୁପ ରେ ରଖାଯାଇଛି । ଚଳିତଥର ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଟିମ୍ ଅତିକମରେ ପରସ୍ପର ସହିତ ୨ ଥର ସାମ୍ନାସାମ୍ନି ହେବେ । ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି ୨୦ ବିଶ୍ୱକପ ୨୦୨୨ ପରେ ଏହା ପ୍ରଥମ ମ୍ୟାଚ୍ ହେବ, ଯେଉଁଥିରେ ଦୁଇଟି ଦେଶ ପରସ୍ପର ବିପକ୍ଷରେ ଖେଳିବ । ଗତଥର ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ଏଥର କିନ୍ତୁ ଦିନିକିଆ ବିଶ୍ୱକପ ହେବା ଯୋଗୁଁ ଏସିଆ କଫ୍ ଦିନିକିଆ ଫର୍ମାଟରେ ଖେଳାଯିବ ।