Cricket

ବଦଳିବ ଭାରତ-ପାକିସ୍ତାନ ମ୍ୟାଚ ତାରିଖ,୧୫ ବଦଳରେ ୧୪ରେ ହେବ ମ୍ୟାଚ

ଆଉ ଦିନ କେଇଟା ପରେ ଆରମ୍ଭ ହେବ ଦିନିକିଆ କ୍ରିକେଟ ବିଶ୍ୱକପ । ଭାରତରେ ଆସନ୍ତା ଅକ୍ଟେବର ମାସରେ ହେବା କ୍ରିକେଟ ବିଶ୍ୱକପ ୨୦୨୩ । ଅକ୍ଟେବର ୫ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ । ତେବେ ସମସକ୍ତଙ୍କ ନଜର ରହିଛି ଭାରତ ପାକିସ୍ତାନ ମ୍ୟାଚ ଉପରେ । ଭାରତ ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ରେ ଅନୁଷ୍ଠିତ ହେବ । କିନ୍ତୁ ଏହି ମ୍ୟାଚକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସୁଛି ।

ଜାତୀୟ ଗଣମାଧ୍ୟମର ଏକ ରିପେର୍ଟ ଅନୁସାରେ, ଅକ୍ଟୋବର ୧୫ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚର ତାରିଖ ପରିବର୍ତ୍ତନ ହୋଇପାରେ । ଏହା ପରିବର୍ତ୍ତନ ହୋଇ ୧୫ ବଦଳରେ ୧୪ ହୋଇପାରେ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସୁରକ୍ଷା ଦୃଷ୍ଟିରେ ଭାରତ-ପାକ୍ ମ୍ୟାଚ୍ ତାରିଖର ପରିବର୍ତ୍ତନ ହୋଇପାରେ ।ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଏକ ହାଇପ୍ରୋଫାଇଲ୍ ଗେମ୍। ଯେଉଁଥିରେ ଲକ୍ଷାଧିକ ଦର୍ଶକ ଷ୍ଟାଡିୟମରେ ସାମିଲ ହେବେ । ଆଉ ଏଥିପାଇଁ ବି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ପଡିବ ।

ଭାରତ ପାକ ମୁକାବିଲା ପାଇଁ ଅଧିକ ପରିମାଣରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବାକୁ ପଡିବ । କିନ୍ତୁ ୧୫ ତାରିଖରୁ ନବରାତ୍ରି ଆରମ୍ଭ ହେଉଛି । ତେଣୁ ଏତେ ପରିମାଣରେ ସୁରକ୍ଷାକର୍ମୀ କିମ୍ବା ପୋଲିସ ମୁତୟନ କରାଯାଇପାରିବ ନାହିଁ । କାରଣ ଗୁଜୁରାଟରେ ନବରାତ୍ର ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ସେଥିପାଇଁ ହୁଏତ ତ ଆଗାମୀ ଦିନରେ ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲାର ତାରିଖ ବଦଳିପାରେ । କିନ୍ତୁ ଏନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।

Related posts

ବିରାଟ ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ : ଜୋସ ବଟଲର

Odisha Sports Bureau

IPL 2024, ହାଇଦ୍ରାବାଦ ପାଇଁ ବରଦାନ ସାଜିଲା ବର୍ଷା, ବିନା ଛକା ଚୌକ ଏବଂ ବିନା ମ୍ୟାଚରେ ପ୍ଲେ ଅଫ୍‌ରେ ପାଟ୍ କମିନ୍ସଙ୍କ ଟିମ

Odisha Sports Bureau

ପ୍ରକାଶ ପାଇଲା ଦିନିକିଆ ବ୍ୟାଟିଂ ମାନ୍ୟତା , ଚତୁର୍ଥରେ ଶୁଭମାନ ଗିଲ

Odisha Sports Bureau