Cricket

ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦

ନୂଆଦିଲ୍ଲୀ: ଆଜିଠୁ ଭାରତ-ଶ୍ରୀଲଙ୍କା ଟି-୨୦ ଶୃଙ୍ଖଳା । ଆଜିର ମ୍ୟାଚରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ସେମାନଙ୍କ ନେତୃତ୍ବ ପଦାର୍ପଣର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଆଇପିଏଲରେ ପ୍ରଶିକ୍ଷକ ଓ ମେଣ୍ଟର ଅଭିଜ୍ଞତା ରଖିଥିବା ଦୁଇ ଥର ବିଶ୍ବ ବିଜେତା ଗମ୍ଭୀରଙ୍କପାଇଁ ଆଗାମୀ ୨୦୨୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଏକ ଦୃଢ଼ ଦଳ ଗଠନର ଲକ୍ଷ୍ୟ ରହିଛି । ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରେ ଅବସର ନେଇଥିବା ରାେହିତ ଶର୍ମା ଓ ବିରାଟ କୋହଲିଙ୍କ ନେତୃତ୍ବ ସ୍ଥାନ ନେବା ସୂର୍ଯ୍ୟଙ୍କ ପାଇଁ ଆହ୍ବାନ ରହିଛି । କାରଣ ବିଶ୍ବକପ୍ ଉପଅଧିନାୟକ ଦାୟିତ୍ବରେ ଥିବା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟ କୁମାରଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି । ଉପଅଧିନାୟକ ଦାୟିତ୍ବରେ ଶୁବମନ ଗିଲ୍ ରହିଛନ୍ତି । ଗିଲଙ୍କ ନେତୃତ୍ବରେ ଭାରତ ନିକଟରେ ଶେଷ ହୋଇଥିବା ଜିମ୍ବାଓ୍ବେ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା । ଗିଲ୍ ଓ ଜୟସ୍ବାଲ ଓପନିଂ ଦାୟିତ୍ବ ସମ୍ଭାଳିବା ପ୍ରାୟ ନିଶ୍ଚିତ ରହିଛି । ଗମ୍ଭୀର ଓ୍ବିକେଟ୍ କିପିଂରେ ସଞ୍ଜୁ ସାମସନଙ୍କ ବଦଳରେ ଋଷଭ ପନ୍ତଙ୍କୁ ଖେଳାଇବାର ସମ୍ଭାବନା ଅଧିକ । ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବଙ୍କୁ ବିଶ୍ରାମ ମିଳିଥିବାରୁ ସେମାନଙ୍କ ସ୍ଥାନ ଅର୍ଶଦୀପ ସିଂହ ଓ ରବି ବିଷ୍ଣୋୟୀ ପୂରଣ କରିପାରନ୍ତି । ସେପଟେ ସୁଦୃଢ଼ ଭାରତୀୟ ଟିମ୍ ର ସଫଳ ମୁକାବିଲା କରିବାକୁ ଶ୍ରୀଲଙ୍କା ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।

Related posts

ବିଶ୍ୱ ଟେଷ୍ଟ ଚାମ୍ପିଅନ ଅଷ୍ଟ୍ରେଲିଆ

‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’: ଟସ୍‌ ଜିତି ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ

Odisha Sports Bureau

ହିଟ ମ୍ୟାନଙ୍କ ହିଟ ରେକର୍ଡ଼

Odisha Sports Bureau

Leave a Comment