Cricket

ଟି-୨୦ ପରେ ଟେଷ୍ଟ ସିରିଜ ଉପରେ ଭାରତର କବଜା

ମୁମ୍ବାଇ: ଟେଷ୍ଟ ଚମ୍ପିଆନସିପର ପ୍ରତିଶୋଧ ନେଲା ଭାରତ । ୱାଙ୍ଖେଡେ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଭାରତ । ନ୍ୟଜିଲାଣ୍ଡକୁ ୩୭୨ ରନର ଏକ ବଡ ବ୍ୟବଧାନରେ ହରାଇ ସିରିଜକୁ ୧-୦ରେ ହାତେଇଛି ବିରାଟ ବ୍ରିଗେଡ ।

ତୃତୀୟ ଦିନରେ ନ୍ୟୁଜିଲାଣ୍ଡକୁ ୫୪୦ ରନର ଏକ ବିଶାଳ ଲକ୍ଷ୍ୟ ଦେଇଥ୍ିଲା । ଏହାକୁ ପିଛା କରି ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ ବିନିମୟରେ ୧୪୦ ରନ ସଂଗ୍ରହ କରିଥିଲା ନ୍ୟୁଜିଲାଣ୍ଡ । ତେବେ ଚତୁର୍ଥ ଦିନ ଆରମ୍ଭରୁ ହିଁ କିୱିର ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡିଥିଲେ ଭାରତୀୟ ବୋଲର । ଅଶ୍ୱୀନ-ଜୟନ୍ତ ଯୋଡିଙ୍କୁ ସାମନା କରିବାରେ ଫେଲ ମାରିଥିଲା କିୱି । ଦଳ ତରଫରୁ ଓପନର ଟମ ଲାଥାମ୍ ଏବଂ ଓ୍ବିଲ୍ ୟଙ୍ଗ ଫେଲ ମାରିଛନ୍ତି । ଲାଥାମ୍ ମାତ୍ର ୬ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ ୨୦ ରନ କରି ଆଉଟ ହୋଇଥିଲେ । ଡାରିଲ ମିଚେଲ୍ ଅର୍ଦ୍ଧଶତକ(୬୦ରନ) ହାସଲ କରିଥିଲେ ସୁଦ୍ଧା ବଡ ସ୍କୋରରେ ପରିଣତ କରିବାକୁ ସକ୍ଷମ ହୋଇନଥିଲେ । ସେହିଭଳି ରସ୍ ଟେଲର ମାତ୍ର ୬ରନ କରି ଆଉଟ ହୋଇଥିବା ବେଳେ, ଟମ୍ ବ୍ଲଣ୍ଡେଲ ଖାତା ଖୋଲି ପାରି ନଥିଲେ । ଚତୁର୍ଥ ଦିନରେ ଦଳ ଆଉ ମାତ୍ର ୨୭ ରନ୍ ଯୋଡି ୧୬୭ ଅଲଆଉଟ୍ ହୋଇଯାଇଥିଲା ।

India vs New Zealand 2nd Test: Kiwis collapse to all out for 62 in reply to  India's 325 on Day 2- The New Indian Express
ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ୪ଟି ଏବଂ ଜୟନ୍ତ ଯାଦବ ୪ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲଙ୍କୁ ଗୋଟିଏ ସଫଳତା ମିଳିଥିଲା । ମ୍ୟାଚରେ ପ୍ରଥମ ପାଳିରେ ୧୫୦ ରନ ଏବଂ ଦ୍ୱିତୀୟ ପାଳିରେ ୬୨ ରନର ଦମଦାର ପାଳି ଖେଳିଥିବା ଇଣ୍ଡିଆନ ଓପନର ମୟଙ୍କ ଅଗ୍ରୱାଲ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ସେହିପରି ସିରିଜରେ ସୁନ୍ଦର ପ୍ରଦର୍ଶନ ବଳରେ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମିଳିଛି ପ୍ଲେୟର ଅପ ଦ ସରିଜ ଆୱାର୍ଡ ।

Related posts

ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ଜାରି

Odisha Sports Bureau

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହମ୍ମଦ ଆମୀର

ପ୍ଲେ ଅଫ ରୋସରୁ ବାଦ ପଡିଲା ଗୁଜୁରାଟ

Odisha Sports Bureau

Leave a Comment