Cricket

ଭାରତର ପ୍ରଥମ ଇନିଂସ ଶେଷ, ୧୬ ରନରେ ଅଷ୍ଟ୍ରେଲିଆ ହରାଇଲା ପ୍ରଥମ ୱିକେଟ

(ଆଡିଲେଡ): ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ପ୍ରଥମ ଇନିଂସ ଶେଷ ହୋଇଛି । ୨୪୪ ରନରେ ଟିମ ଇଣ୍ଡିଆ ଅଲଆଉଟ ହୋଇଯାଇଛି। ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ୬ ୱିକେଟ୍ ବିନିମୟରେ ୨୩୩ ରନ୍ କରିଥିଲା। ୨ୟ ଦିନର ଖେଳ ଆରମ୍ଭ ହେବା ପରେ ଦଳ ମାତ୍ର ୧୧ ରନ ଯୋଡ଼ି ପାରିଥିଲା ।

ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୪ ରନ ସଂଗ୍ରହ କରିଥିବାବେଳେ ଚେତେଶ୍ଵର ପୂଜାରା ୪୩ ଏବଂ ଆଜିଙ୍କ୍ୟ ରାହାଣେ ୪୨ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଶେଲ ଷ୍ଟାର୍କ ଏବଂ ପ୍ୟାଟ୍ କ୍ୟୁମିନ୍ସଙ୍କ ଘାତକ ବୋଲିଂ ଟିମ ଇଣ୍ଡିଆକୁ ମହଙ୍ଗା ପଡିଥିଲା । ଷ୍ଟାର୍କ ୨୧ ଓଭର ବୋଲିଂ କରି ୫୩ ରନ ଦେଇ ୪ ୱିକେଟ୍ ନେଇଥିଲେ । ସେହିପରି କ୍ୟୁମିନସ ୨୧.୧ ଓଭରରେ ୪୮ ରନ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ ।

ଟିମ ଇଣ୍ଡିଆ ଅଲଆଉଟ ହେବା ପରେ ଘରୋଇ ଦଳ ଏହାର ପ୍ରଥମ ଇନିଂସ ଖେଳ ଆରମ୍ଭ କରିଛି। ଦଳ ମାତ୍ର ୧୬ ରନରେ ପ୍ରଥମ ୱିକେଟ ହରାଇଛି। ଓପନର ମ୍ୟାଥ୍ୟୁ ୱାଡେଙ୍କୁ ଜସ୍ପ୍ରୀତ ବୁମ୍ରା ଏଲବିଡବ୍ଲ୍ୟୁ କରି ପ୍ୟାଭିଲିଅନ ଫେରାଇ ଦେଇଛନ୍ତି।

Related posts

ଟେଷ୍ଟ କ୍ରିକେଟରୁ ଅବସର ନେବେ ଡେଭିଡ ୱାର୍ଣ୍ଣର

ଧୋନିଙ୍କ ସହ କଥା ହେବାକୁ ଡରନ୍ତି ଚହଲ

Odisha Sports Bureau

ଏମ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ବାଙ୍ଗାଲୋର – ପଞ୍ଜାବ

Odisha Sports Bureau