Cricket

ଧରା ପଡିଲା ପାକିସ୍ତାନର ମିଛ, ଗଣମାଧ୍ୟମରେ କରୁଛି ICC ବିରୋଦ୍ଧରେ ମିଛ ପ୍ରଚାର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ୨୦୨୬ ମ୍ୟାଚ୍‌କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନର ମିଡିଆ ମଧ୍ୟ ଏବେ ସକ୍ରିୟ ହୋଇପଡ଼ିଛି। କିନ୍ତୁ ଖବର ପ୍ରଥମେ ଛାପିବାର ଦୌଡ଼ରେ କିଛି ମିଡିଆ ସଂସ୍ଥା ତଥ୍ୟକୁ ଅଣଦେଖା କରୁଥିବା ଦୃଶ୍ୟ ସ୍ପଷ୍ଟ ହୋଇଯାଇଛି।ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ARY News ରେ ଏକ ଆଲୋଚନା କାର୍ଯ୍ୟକ୍ରମ ସମୟରେ ସାମ୍ବାଦିକ ନୁମାନ ନିଆଜ୍ ଦାବି କରିଥିଲେ ଯେ, ଭାରତ-ପାକିସ୍ତାନ ମ୍ୟାଚ୍‌ର ସମ୍ଭାବ୍ୟ ବହିଷ୍କାରକୁ ନେଇ ICC ଚେୟରମ୍ୟାନ ଜୟ ଶାହ ଓ ICC CEO ସଞ୍ଜୋଗ ଗୁପ୍ତା ମୁମ୍ବାଇରେ ଏକ “ଇମରଜେନ୍ସି ମିଟିଂ” କରୁଛନ୍ତି।

ଏହି ଆଲୋଚନାରେ ଏହା ମଧ୍ୟ କୁହାଯାଇଥିଲା ଯେ, ଯଦି ଭାରତ-ପାକିସ୍ତାନ ମ୍ୟାଚ୍ ହେବ ନାହିଁ, ତେବେ ICC ଓ ବ୍ରୋଡକାଷ୍ଟର୍‌ମାନେ ୨୦ ରୁ ୪୦ ମିଲିଅନ୍ ଡଲାର ପର୍ଯ୍ୟନ୍ତ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ। ଏହାସହ ICC ର ନିୟମକୁ ଉଲ୍ଲେଖ କରି ପାକିସ୍ତାନ ମଜବୁତ ସ୍ଥିତିରେ ଅଛି ବୋଲି ଦାବି କରାଯାଇଥିଲା ଏବଂ ICC କୌଣସି କଠୋର ପଦକ୍ଷେପ ନେବ ନାହିଁ ବୋଲି ସଙ୍କେତ ଦିଆଯାଇଥିଲା। ପାକିସ୍ତାନ ମିଡିଆର ଏହି ଦାବି ଶୀଘ୍ର ଭୁଲ ପ୍ରମାଣିତ ହୋଇଯାଇଛି। ପ୍ରକୃତରେ ICC ଚେୟରମ୍ୟାନ ଜୟ ଶାହ ଓ CEO ସଞ୍ଜୋଗ ଗୁପ୍ତା ବର୍ତ୍ତମାନ ଭାରତରେ ନୁହେଁ, ସେମାନେ ଇଟାଲୀର ମିଲାନ୍ ସହରରେ ଉପସ୍ଥିତ ଅଛନ୍ତି। ସେଠାରେ ସେମାନେ ଇଣ୍ଟରନ୍ୟାସନାଲ୍ ଓଲିମ୍ପିକ୍ କମିଟି (IOC) ସହ ସଂପୃକ୍ତ ଏକ ବୈଠକରେ ଯୋଗ ଦେଉଛନ୍ତି। ଏହାର ପ୍ରମାଣ ସ୍ୱରୂପ Cricket Germany ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍‌ରେ ସମ୍ପର୍କିତ ଫଟୋ ଶେୟର କରିଛି।

Related posts

ସାମସନଙ୍କ ଫ୍ୟାନ୍ସଙ୍କୁ ଖୁସି କରାଇବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନୂଆଁ ପ୍ରୟାସ

ବିରାଟ – ଗମ୍ଭୀର କୁ ନେଇ UP ପୋଲିସ ଟ୍ୱିଟ୍

ପୁଣିଥରେ ବାପା ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ

Odisha Sports Bureau