Cricket

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ

 ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ । ପୁନେରେ ମୁହାଁମୁହିଁ ହେବେ ଦୁଇ ଦଳ । ପୁନେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ । ୫ ଟିକିଆ ଦିନିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିିଛି ଭାରତ । ପ୍ରଥମ ମ୍ୟାଚକୁ ଭାରତ ୮ ୱିକେଟ୍ ରେ ସହଜରେ ଜିତି ନେଇଥିଲା। ହେଲେ ବିଶାଖାପାଟଣା ଦିନିକିଆରେ ଭାରତକୁ କଡ଼ା ଜବାବ୍ ଦେଇଥିଲା ଓ୍ବେଷ୍ଟଇଣ୍ଡିଜ୍ । ଭାରତ ୩୨୧ ରନ୍ ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଓ୍ବେଷ୍ଟ ଇଣ୍ଡିଜ୍ ଟାଇ ରଖିବାକୁ ସକ୍ଷମ ହୋଇଥିଲା। ଏହି ଦୁଇ ମ୍ୟାଚ୍ ରେ ଭାରତୀୟ ବୋଲରମାନେ ପ୍ରଭାବ ବିହୀନ ରହିଥିଲେ। ଯାହାର ଫାଇଦା ଉଠାଇ ଇଣ୍ଡିଜ୍ ଦଳ ଦୁଇଟି ଯାକ ମ୍ୟାଚ୍ ରେ ୩୦୦ ରନ୍ ପାରି କରିଥିଲା। ଏଥି ଲାଗି ଭାରତ ଶେଷ ୩ ଦିନିକିଆରେ ମହମ୍ମଦ ସାମିଙ୍କୁ ବାଦ୍ ଦେଇ ଦୁଇ ଭରସାଯୋଗ୍ୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ୍ ବୁମରାଙ୍କୁ ଦଳରେ ସାମିଲ କରିଛି। ଫଳରେ ବିଶାଖାପାଟଣାର ଭୁଲ୍ ସୁଧାରି ୨-୦ର ଅଗ୍ରଣୀ ହେବା ଲକ୍ଷ୍ୟରେ ଭାରତ ରହିଛି।

ସମ୍ଭାବ୍ୟ ଭାରତୀୟ ଦଳରେ ଅଛନ୍ତି ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା‌, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର ଏବଂ ଯଶପ୍ରୀତ ବୁମ୍‌ରା।

ସେହିପରି ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ୍ ଦଳରେ ଅଛନ୍ତି ଜାସନ ହୋଲ୍ଡର (ଅଧିନାୟକ), ଫାବିଆନ୍‌ ଆଲିନ୍‌, ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, ଚନ୍ଦ୍ରପଲ ହେମରାଜ, ସିମରନ୍ ହେଟମେୟର, ସାଇ ହୋପ୍, ଆଲଜାରି ଜୋସେଫ, ଏଭିନ୍ ଲୁଇସ୍, ଆସଲେ ନର୍ସ, କିମୋ ପଲ୍, ରଭମନ ପାୱେଲ, କେମାର ରୋଚ୍, ମାର୍ଲନ ସାମୁଏଲ୍ସ ଏବଂ ଓସାନେ ଥୋମାସ।

Related posts

କିଏ ଏହି ସୁନ୍ଦରୀ ଯାହାଙ୍କ ସହ ଆଇପିଏଲ୍ ଟ୍ରଫି ଜିତିବା ପରେ ନଜର ଆସିଲେ ଶ୍ରେୟସ୍ ଆୟର? ଭାଇରାଲ ହେଉଛି ଫଟୋ

ସୁରେଶ ରାଇନା ଏମିତି ହିଁ ହୋଇନାହାଁନ୍ତି ଭାରତର ପ୍ରଥମ ଏବଂ ଦୁୁନିଆର ତୃତୀୟ ବ୍ୟାଟ୍ସ୍ ମ୍ୟାନ୍

Odisha Sports Bureau

ଉର୍ବଶୀଙ୍କଠୁ ଅଧିକ ଇଶାଙ୍କୁ ପସନ୍ଦ କରୁଛନ୍ତି ପ୍ରଶଂସକ