Cricket

ମ୍ୟାଚର ତୃତୀୟ ଦିନରେ ଭାରତକୁ ଝଟକା

ସେଞ୍ଚୁରିୟନ: ସେଞ୍ଚରିୟନରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚର ତୃତୀୟ ଦିନରେ ଭାରତକୁ ଲାଗିଛି ଝଟକା । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ଆହତ ହୋଇଛନ୍ତି ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମରାହ । ପାଦରେ ଆଘାତ ଲାଗିବାରୁ ପଡିଆରୁ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି । ତାଙ୍କସ୍ଥାନରେ ବଦଳ ଖେଳାଳୀ ଭାବେ ଶ୍ରେୟସ ଆୟର ଫିଲ୍ଡିଂ କରିବାକୁ ଆସିଛନ୍ତି । ତେବେ ବୁମରାହଙ୍କ ଆହତ କେତେ ଜଟିଳ ତାହା ଜଣା ପଡିନଥିବା ବେଳେ ମେଡିକାଲ ଟିମ ଲଗାତାର ଭାବେ ପରୀକ୍ଷା ଜାରି ରଖିଛନ୍ତି । ଯଦି ବୁମରାହ ତୁରନ୍ତ ସୁସ୍ଥ ନହୁଅନ୍ତି ତେବେ ଭାରତର ଟେନସନ୍ ବଢିବ । ବୁମରାହ ତାଙ୍କ ପ୍ରଥମ ଓଭରରେ ହିଁ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟ୍କା ଦେଇଥିଲେ ।

 

Related posts

ନିଜ ଇଶାରାରେ ଚିୟର ଲିଡର୍ସକୁ ନଚାଇଲେ

ଆସିଲା ଟି-୨୦ ବିଶ୍ୱକପ ଖେଳସୂଚୀ

Odisha Sports Bureau

ଶ୍ରେୟସଙ୍କ ହ୍ୱାଟ୍ସଆପ ଡିପି କନେକ୍ସନ

Odisha Sports Bureau