Cricket

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ

ଭୁବନେଶ୍ୱର: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ଖେଳିସାରିବା ପରେ ଆସନ୍ତା ୨୦୨୩-୨୫ ପାଇଁ ବୁଧବାରଠୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଏହି ପ୍ରଥମ ଟେଷ୍ଟ୍ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ରୋହିତ ଶର୍ମା, ଶୁବମନ ଗିଲ୍ ଓପନ କରିବେ । ଏହି ଟେଷ୍ଟ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍ ପଦାର୍ପଣ କରିବା ସମ୍ଭାବନା ଅଧିକ ରହିଛି। ଭାରତୀୟ ଟିମରେ ତିନି ନମ୍ବର ସ୍ଥାନରେ ଖେଳିପାରନ୍ତି ଯଶସ୍ୱୀ ଜୟସ୍ୱାଲ । ଅନ୍ୟପକ୍ଷରେ ଦିନିକିଆ ବିଶ୍ବକପ୍ ଯୋଗ୍ୟତା ଅର୍ଜନରୁ ନିରାଶ କରିବା ପରେ ୱେଷ୍ଟଇଣ୍ଡିଜ୍କୁ ବିଶ୍ବ କ୍ରିକେଟ୍ରେ ନିଜର ଅସ୍ତିତ୍ବ ଜାହିର ପାଇଁ ଏହା ପ୍ରଥମ ସୁଯୋଗ। ଏଭଳି ସ୍ଥିତିରେ ଭାରତୀୟ ଦଳକୁ କିଛି ଆହ୍ବାନର ସାମ୍ନା କରିବାକୁ ପଡ଼ିପାରେ।

Related posts

ଟି -୨୦ କୁ ବାତ୍ୟା ଭୟ

Odisha Sports Bureau

ଟି-୧୦ ଲିଗ୍‌ ଆରମ୍ଭ କରିବ ବିସିସିଆଇ, ଜୁନିଅର ସ୍ତରରେ ଖେଳାଳିଙ୍କୁ ମିଳିବ ସୁଯୋଗ

Odisha Sports Bureau

ପ୍ରଂଶସକଙ୍କ ଡିମାଣ୍ଡ ପୂରା କଲେ ବିରାଟ-ରୋହିତ

Odisha Sports Bureau