Cricket

୭-ବର୍ଷ-ପରେ-ଟେଷ୍ଟ-ଖେଳିବ-ଭାର

ବ୍ରିଷ୍ଟଲ(ଓଡିଶା ସ୍ପୋର୍ଟର୍ସ): ଦୀର୍ଘ ଦିନର ଅପେକ୍ଷା ଆଜି ଶେଷ ହୋଇଛି । ୭ ବର୍ଷପରେ ପୁଣିଥରେ ଧଳା ଜର୍ସିରେ ପଡିଆକୁ ଓହ୍ଲାଇଛି ଭାରତୀୟ ମହିଳା କ୍ରିକେଟ ଦଳ । ୨୦୧୪ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ପରେ ପ୍ରଥମ ଥର ପାଇଁ ରେଡ ବଲରେ ମ୍ୟାଚ ଖେଳୁଛି ଇଣ୍ଡିଆନ ଓମେନ୍ସ କ୍ରିକେଟ ଟିମ । ଇଂଲଣ୍ଡ ବିପକ୍ଷରେ ଆଜି ଏକମାତ୍ର ଟେଷ୍ଟ ଖେଳୁଛି ଭାରତ । ତେବେ ଏହି ମ୍ୟାଚରେ ଭାରତ ତରଫରୁ ୫ ଜଣ ଖେଳାଳୀ ନିଜର ଡେବ୍ୟୁ ମ୍ୟାଚ ଖେଳୁଛନ୍ତି । ଶେଫାଳୀ ବର୍ମା, ଦିପ୍ତୀ ଶର୍ମା, ପୂଜା ବସ୍ତ୍ରାକର, ସ୍ନେହ ରାଣା ଏବଂ ତାନିଆ ଭାଟିଆ ଆଜି ମ୍ୟାଚରୁ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତ ଖେଳିଥିବା ଶେଷ ମ୍ୟାଚରେ ଇନିଂସ ଏବଂ ୩୪ ରନରେ ବିଜୟଲାଭ କରିଥିଲା ।

Related posts

ଭାରତୀୟ ଅଧିନାୟକ ରେକର୍ଡ଼ ଭାଙ୍ଗିପାରନ୍ତି

Odisha Sports Bureau

ବାଙ୍ଗାଲୋର ଓପିଏଲରେ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ

Odisha Sports Bureau

ଅଚାନକ ସନ୍ନ୍ୟାସ ଗ୍ରହଣ କାଲେ ଶ୍ରୀଲଙ୍କା ଖେଳାଳି

Odisha Sports Bureau