Cricket

୭-ବର୍ଷ-ପରେ-ଟେଷ୍ଟ-ଖେଳିବ-ଭାର

ବ୍ରିଷ୍ଟଲ(ଓଡିଶା ସ୍ପୋର୍ଟର୍ସ): ଦୀର୍ଘ ଦିନର ଅପେକ୍ଷା ଆଜି ଶେଷ ହୋଇଛି । ୭ ବର୍ଷପରେ ପୁଣିଥରେ ଧଳା ଜର୍ସିରେ ପଡିଆକୁ ଓହ୍ଲାଇଛି ଭାରତୀୟ ମହିଳା କ୍ରିକେଟ ଦଳ । ୨୦୧୪ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ପରେ ପ୍ରଥମ ଥର ପାଇଁ ରେଡ ବଲରେ ମ୍ୟାଚ ଖେଳୁଛି ଇଣ୍ଡିଆନ ଓମେନ୍ସ କ୍ରିକେଟ ଟିମ । ଇଂଲଣ୍ଡ ବିପକ୍ଷରେ ଆଜି ଏକମାତ୍ର ଟେଷ୍ଟ ଖେଳୁଛି ଭାରତ । ତେବେ ଏହି ମ୍ୟାଚରେ ଭାରତ ତରଫରୁ ୫ ଜଣ ଖେଳାଳୀ ନିଜର ଡେବ୍ୟୁ ମ୍ୟାଚ ଖେଳୁଛନ୍ତି । ଶେଫାଳୀ ବର୍ମା, ଦିପ୍ତୀ ଶର୍ମା, ପୂଜା ବସ୍ତ୍ରାକର, ସ୍ନେହ ରାଣା ଏବଂ ତାନିଆ ଭାଟିଆ ଆଜି ମ୍ୟାଚରୁ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତ ଖେଳିଥିବା ଶେଷ ମ୍ୟାଚରେ ଇନିଂସ ଏବଂ ୩୪ ରନରେ ବିଜୟଲାଭ କରିଥିଲା ।

Related posts

ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

Odisha Sports Bureau

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଗୌତମ ଗମ୍ଭୀର

Odisha Sports Bureau

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା

Odisha Sports Bureau