Football

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଭାରତର ବିଜୟ

ଫିଫା ବିଶ୍ୱକପ  ୨୦୨୬ ଏସୀୟ ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରୁବାର ରାତିରେ କୁଏତ ସିଟିରେ ଅନୁଷ୍ଠିତ ଦ୍ବିତୀୟ ରାଉଣ୍ଡ୍‌ ପ୍ରଥମ ମ୍ୟାଚ୍‌ରେ ଘରୋଇ କୁଏତକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି ସୁନିଲ ଛେତ୍ରୀଙ୍କ ଦଳ। ଭାରତ ପାଇଁ ଏକମାତ୍ର ଗୋଲ୍‌ ମାନବୀର ସିଂହ ୭୫ତମ ମିନିଟ୍‌ରେ ସ୍କୋର୍‌ କରିଥିଲେ। ଦ୍ବିତୀୟାର୍ଦ୍ଧର ଶେଷ ସମୟ ତଥା ୯୪ତମ ମିନିଟ୍‌ରେ ଫଜଲ ଜୈଦ ଅଲ୍ ହର୍ବିଙ୍କୁ ଲାଲ୍ କାର୍ଡ ଦିଆଯାଇଥିଲା। ଭାରତୀୟ ଦଳ ପୂରା ପଏଣ୍ଟରୁ ଅଭିଯାନ ଆରମ୍ଭ କରିଥିବାବେଳେ ପରବର୍ତୀ ମ୍ୟାଚ୍‌ ମଙ୍ଗଳବାର ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ କତର ବିପକ୍ଷରେ ଖେଳିବ।

Related posts

ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଭିଏତନାମ ଠାରୁ ଭାରତ ପରାସ୍ତ

Odisha Sports Bureau

ଆଇଏସଏଲ୍ ୨୦୧୮: ରାହୁଲ ଭେକେଙ୍କ ନିର୍ଣ୍ଣାୟକ ଗୋଲର ସାହାଯ୍ୟରେ ବେଙ୍ଗଲୁରର ବିଜୟ, ପୁଣେ ୨-୧ଗୋଲ୍ ରେ ପରାସ୍ତ

Odisha Sports Bureau

ଶ୍ରଦ୍ଧାଞ୍ଜଳି ହେଲେ ଜାତୀୟ ମହିଳା ଫୁଟବଲ୍ ଦଳର ସହ ପ୍ରଶିକ୍ଷିକା