Cricket

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆରେ ଜିତିଲା ଭାରତ

କଟକ: ଗତକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ର ୨ୟ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ହରାଇଛି  । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର କରିଛି  । ବାରବାଟିରେ ଭାରତକୁ ୩୦୫ରନର ଲକ୍ଷ୍ୟ ମିଳିଥିଲା  । ରୋହିତଙ୍କ ଟିମ ୪୪.୩ ଓଭରରେ ୬ ୱିକେଟ ହରାଇ ୩୦୮ ରନ କରିଛନ୍ତି ।

ସୂଚନା ଅନୁଯାୟୀ, ପ୍ରଥମେ  ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିଥିଲା। ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟ ପକ୍ଷରେ ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚରେ ଦିନିକିଆରେ ଡେବ୍ୟୁ କରିଥିଲେ। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିଥିବା ବେଳେ ଫିଲିପ ସଲ୍ଟ(୨୬) ଓ ବେନ ଡକେଟ(୬୫) ପ୍ରଥମ ୱିକେଟରେ ୮୧ ରନ ଯୋଡିଥିଲେ। ୬୫ ବଲରେ ଉଭୟ ୮୧ ରନ ଯୋଡିଥିବା ବେଳେ ସଲ୍ଟଙ୍କୁ ଆଉଟ କରି ଏହି ଯୋଡି ଭାଙ୍ଗିଥିଲେ ଡେବ୍ୟୁଟାଣ୍ଟ ବରୁଣ ଚକ୍ରବର୍ତ୍ତୀ। ଦୀର୍ଘ ଦିନ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତ ବଡ଼ ସ୍କୋର କରିଛନ୍ତି ।  ରୋହିତ ଶର୍ମା ୭୬ ବଲରେ ଶତକ ପୂରଣ କରିଛନ୍ତି । ଦିନିକିଆରେ ଏହା ତାଙ୍କର ୩୨ ତମ ଶତକ । ଶତକ ପୂରା କରିବା ବେଳକୁ ରୋହିତ ୯ ଚୌକା ଓ ୭ ଛକା ମାରିଥିଲେ। ରୋହିତ ଶର୍ମା ଆଦିଲ ରସିଦଙ୍କ ବଲରେ ଛକା ମାରି ଶତକ ପୂରଣ କରିଛନ୍ତି । ଶେଷରେ ୧୧୯ ରନ୍ କରି ପାଭିଲିୟନ୍ ଫେରିଥିଲେ ରୋହିତ ଶର୍ମା।

Related posts

କାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ  ଏମଏନସିସି ଚମ୍ପିଆନ ଟ୍ରଫି ଉଦଘାଟିତ

Odisha Sports Bureau

ଆଇପିଏଲରୁ ବାଦ ପଡିଲେ କେ ଏଲ ରାହୁଲ

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ ମ୍ୟାଚ: ସିରିଜ ବିଜୟ ଲକ୍ଷରେ ଟିମ ଇଣ୍ଡିଆ

Odisha Sports Bureau