ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩୨୫ ରନରେ ଅଟକିଛି ଟିମ ଇଣ୍ଡିଆ । କେବଳ ଓପନର ମୟଙ୍କ ଅଗ୍ରୱାଲଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ୩୧୧ ବଲ ଖେଳି ମୟଙ୍କ ବ୍ୟକ୍ତିଗତ ୧୫୦ ରନ ସଂଗ୍ରହ କରିଥିଲେ । ଫଳରେ ଭାରତ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ତେବେ ଏହି ମ୍ୟାଚରେ ମୟଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଖେଳାଳୀ ୟେଫଲ ମାରିଥିଲେ ସୁଦ୍ଧା ଜଣେ ଭାରତୀୟଙ୍କ ଦବଦବା ରହିଥିଲା । କିନ୍ତୁ ଭାରତୀୟ ହେଲେ ମଧ୍ୟ ଭାରତ ତରଫରୁ ନୁହେଁ ବରଂ ଖେଳୁଛନ୍ତି ଭାରତ ବିପକ୍ଷରେ । ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ବାମହାତୀ ସ୍ପିନ ବୋଲର ଏଜାଜ ପଟେଲ ।
Only the third bowler to claim all 10 wickets in an innings in the history of Test cricket 🔥
Take a bow, Ajaz Patel! #WTC23 | #INDvNZ | https://t.co/EdvFj8QtKD pic.twitter.com/negtQkbeKd
— ICC (@ICC) December 4, 2021
ଭାରତୀୟ ବଂଶୋଦ୍ଭବ ପଟେଲ ଭାରତୀୟ ଟିମର ୧୦ଟି ଯାକ ୱିକେଟ ଅକ୍ତିଆର କରିଛନ୍ତି । ଏହି କାର୍ଣ୍ଣାମା ସହ ଅନିଲ କୁମ୍ବଲେଙ୍କ ସହ ସେ ସମକକ୍ଷ ହୋଇଛନ୍ତି । ମୁମ୍ବାଇ ଟେଷ୍ଟର ପ୍ରଥମ ପାଳିରେ ଟିମ ଇଣ୍ଡିଆର ସମସ୍ତ ଖେଳାଳୀଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ଏଜାଜ ପଟେଲ ।
ଏହି ନିଆରା ରେକର୍ଡ କରିବାରେ ଏଜାଜ ପଟେଲ୍ ହେଉଛନ୍ତି ବିଶ୍ୱର ତୃତୀୟ କ୍ରିକେଟର । ଏହାପୂର୍ବର୍ରୁ ୧୯୫୬ ମସିହାରେ ଇଂଲଣ୍ଡର ଜିମ ଲେକର ଗୋଟିଏ ଇନିଂସରେ ୧୦ଟି ୱିକେଟ ନେଇ ଇତିହାସ ରଚିଥିଲେ । ପରେ ୧୯୯୯ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ୧୦ରୁ ୧୦ ୱିକେଟ ହାତେଇ ଥିଲେ ଭାରତୀୟ ସ୍ପିନର ଅନୀଲ କୁମ୍ବଲେ । ମାତ୍ର ୭୪ ରନ୍ ଦେଇ ଏହି ସଫଳତା ହାସଲ କରିଥିଲେ ଅନୀଲ । ଆଉ ଏଭଳି ରେକର୍ଡ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ କୁମ୍ବଲେ । ଆଉ ଏବେ ଭାରତୀୟ ବଂଶୋଦ୍ଭବ ତଥା ନ୍ୟୁଜିଲାଣ୍ଡ ଖେଳାଳି ଏଜାଜ୍ ଏହି ତାଲିକାରେ ନିଜ ନାମ ସାମିଲ୍ କରିଛନ୍ତି।