Cricket

ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍: କ୍ୱିଓ୍ଵି ବିଜୟ ପାଇଁ ପ୍ରସ୍ତୁତ ବିରାଟ ବାହିନୀ

(ଓଡିଶା ସ୍ପୋର୍ଟ): ଆସନ୍ତା ୨୩ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ । ଅଷ୍ଟ୍ରେଲିଆକୁ ପ୍ରଥମଥର ଅଷ୍ଟ୍ରେଲିଆରେ ହରାଇ ୨-୧ରେ ସିରିଜ୍ ଜିତିବା ପରେ ଏବେ ବିରାଟ ବାହିନୀର ଲକ୍ଷ୍ୟ ‘କ୍ୱିଓ୍ଵି’ ଦଳକୁ ତାରି ମାଟିରେ ହରାଇବା । କାରଣ ଆଗକୁ ବିଶ୍ୱ କପ୍ ଥିବାରୁ ଏଭଳି ବଡ଼ ବିଜୟ ଦଳକୁ ଟାଇଟଲ୍ ଦୌଡ଼ରେ ସବା ଆଗରେ ରଖିବ । ଦଳ ରବିବାର ଅକ୍ଲାଣ୍ଡରେ ଅବତରଣ କରିଛି। ଭାରତୀୟ ଦଳ ସୋମବାର ସକାଳେ ନାପିଏର ଗସ୍ତ କରିବ। ସେଠାରେ ବୁଧବାର ସକାଳେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବ। ପରବର୍ତ୍ତୀ ଅନ୍ତର୍ଜାତୀୟ ଦିନିକିଆଗୁଡ଼ିକ ଯଥାକ୍ରମେ ଟରାଙ୍ଗା (ଜାନୁୟାରୀ ୨୬ ଓ ୨୮), ହାମିଲଟନ (ଜାନୁୟାରୀ ୩୧) ଏବଂ ଓ୍ବେଲିଂଟନ (ଫେବୃୟାରୀ ୩)ଠାରେ ଖେଳାଯିବ। ସେହିପରି ତିନୋଟି ଅନ୍ତର୍ଜାତୀୟ ଟି୨୦ ଓ୍ବେଲିଂଟନଠାରେ (ଫେବୃୟାରୀ ୬), ଅକ୍ଲାଣ୍ଡ (ଫେବୃୟାରୀ ୮) ଏବଂ ହାମିଲଟନ (ଫେବୃୟାରୀ ୧୦)ଠାରେ ଖେଳାଯିବାର କାର୍ୟ୍ୟକ୍ରମ ରହିଛି। ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ସକାଳ ୭ଟା ୩୦ରୁ ଏବଂ ତିନୋଟିଯାକ ଅନ୍ତର୍ଜାତୀୟ ଟି୨୦ ଅପରାହ୍ନ ୧୨ଟା ୩୦ରୁ ଆରମ୍ଭ ହେବ।

Related posts

ଆଜିଠାରୁ ଆଇପିଏଲ-୧୨, ମୁହାଁମୁହିଁ ହେବେ ଧୋନି ଓ ବିରାଟ

Odisha Sports Bureau

ଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରି

ରିଷଭଙ୍କ ଫ୍ୟାନକୁ ଝଟକା,WTC ପରେ ଏବେ ଏସିଆ କପ୍ ଓ ବିଶ୍ୱକପରୁ ବାଦ ପଡିଛନ୍ତି

Odisha Sports Bureau