Cricket

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି

ଗାଡିଭିତରେ ରହି ପୋଜ ଦେଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି । ବିଚ ରାସ୍ତାରେ ସେଲଫି ଉଠାଇ ପ୍ରଶଂସକଙ୍କ କରିବେ ଇଚତଚ୍ଛାପୁରଣ । ସେହି ସମୟର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧୋନିଙ୍କ ଏଭଳି କାମ ପାଇଁ ତାଙ୍କ ପ୍ରଶଂସକ ତାଙ୍କୁ ଆନକ ପ୍ରଶଂସା କରୁଛନ୍ତି । ସୂଚନା ଅନୁସାରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଜୁନ୍ ୧ତାରିଖରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ତାଙ୍କର ଆଣ୍ଠୁ ଅପରେସନ୍ ହୋଇ ଫେରୁଥିବା ବେଳେ ପ୍ରଶଂସକଙ୍କ ସହ ସେଲଫି ନେଇଥିଲେ । ଯାହାର ଭିଡିଓ ବେସ ଭାଇରାଲ ହେବାରେ ଲାଗିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଣ୍ଠୁ ଅପରେସନ୍ ପରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଏହା ପରେ ତାଙ୍କୁ ତାଙ୍କ କାରରେ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିଥିଲା। ଡାକ୍ତରଖାନାରୁ ଫେରୁଥିବା ବେଳେ ହଠାତ୍ ଜଣେ ଯୁବକ ତାଙ୍କ ସହ ସେଲଫି ନେବା ପାଇଁ ଅନୁରୋଧ କରିଥିଲେ। ଧୋନି କାରରେ ବସିଥିବା ବେଳେ ଯୁବକଜଣକ ନିଜ ଦୁଇ ଚକିଆ ଗାଡ଼ି ନେଇ ତାଙ୍କ କାର ପାଖରେ ପହଞ୍ଚିଥିଲେ। ସେଲଫି ନେବା ପାଇଁ ଯୁବକ ଚାହୁଥିବା ଜାଣି ଧୋନି କାରର କାଚ ତଳକୁ କରି ତାଙ୍କୁ ସେଲଫି ଦେଇଥିଲେ। ଏହି ସମୟର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଲୋକେ ଧୋନିଙ୍କ ଏହି କାମକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

 

Related posts

IPL 2026 ପୂର୍ବରୁ ନେଟ୍ସକୁ ଫେରିଛନ୍ତି ଧୋନି

Odisha Sports Bureau

ଭାରତୀୟ କ୍ରିକେଟ୍ ଟିମର ନୂଆ କିଟ୍ ପ୍ରାୟୋଜକ: ଆଦିଦାସ

Odisha Sports Bureau

ଅନ୍ୟର ଭୁଲ ପାଇଁ ଶେଷ ହୋଇ ଗଲା ତାଙ୍କ କ୍ୟାରିୟର

Odisha Sports Bureau