Cricket

ମ୍ୟାଚ ଦେଖିବାକୁ ଆସି ପ୍ରେମରେ ପଡିଲେ, ଗୋପନରେ ବିବାହ କଲେ କ୍ରିକେଟର

କାଶ୍ମୀର: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଷ୍ଟାର୍‌ ଖେଳାଳି ସରଫରାଜ୍‌ ଖାନ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇରେ ଜନ୍ମଲାଭ କରିଥିବା ୨୫ ବର୍ଷୀୟ ସରଫରାଜ୍‌ କଶ୍ମୀରର ଜଣେ ଯୁବତୀଙ୍କ ସହ ନିକ୍‌ହା କରିଛନ୍ତି। ତାଙ୍କ ପତ୍ନୀଙ୍କ ନାମ ରୋମାନା ଜହୁର। ତାଙ୍କ ବିବାହ ଏକ ନିଆରା ଢଙ୍ଗରେ ହୋଇଛି | ରୋମାନା ଦିଲ୍ଲୀରେ ଏମଏସସି ଅଧ୍ୟୟନ କରୁଛନ୍ତି। ସରଫରାଜଙ୍କ ସମ୍ପର୍କୀୟ ଭାଇ ମଧ୍ୟ ରୋମାନାଙ୍କ ସହ ଅଧ୍ୟୟନ କରୁଥିଲେ।

ରୋମାନା ଥରେ ମ୍ୟାଚ୍ ଦେଖିବାକୁ ଯାଇଥିଲେ। ଏହି ସମ୍ପର୍କୀୟ ଭାଇ ହିଁ ସରଫରାଜଙ୍କୁ ରୋମାନାଙ୍କ ସହ ପରିଚିତ କରାଇଥିଲେ। ଏହା ପରେ ସରଫରାଜ ସିଧାସଳଖ ସମ୍ପର୍କୀୟଙ୍କୁ କହିଥିଲେ ଯେ ତାଙ୍କୁ ରୋମାନାଙ୍କୁ ବିବାହ କରିବେ । ଏହା ପରେ ପରିବାରରେ ପହଞ୍ଚି ଏହି ସମ୍ପର୍କ ସ୍ଥିର ହୋଇଗଲା। ପରେ ତାଙ୍କ ବିବାହ କାଶ୍ମୀରର ଶୋପିଆ ଜିଲ୍ଲାର ପାଶପୋରା ଗ୍ରାମରେ ହୋଇଥିଲା। ସରଫରାଜ ଖାନଙ୍କ ବିବାହର କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି। ବିବାହ ସମୟରେ ସରଫରାଜ୍‌ଙ୍କ ପତ୍ନୀ ନାଲି ରଂଗର ପୋଷାକରେ କନ୍ୟା ବେଶରେ ସୁନ୍ଦର ଭାବେ ସଜେଇ ହୋଇଥିବା ବେଳେ ସରଫରାଜ୍‌ ଏକ କଳା ରଂଗର ପୋଷାକ ପିନ୍ଧିଥିଲେ । ସେ ଏହି ବିବାହ ଗୋପନରେ କରିଥିବା ବେଳେ ସୋସିଆଲ୍‌ ମିଡିଆରେ ତାଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଭାଇରାଲ୍‌‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ସରଫରାଜ୍‌ ତାଙ୍କ କନ୍ୟାଙ୍କ ଓଢ଼ଣା ଟେକି ତାଙ୍କୁ ମୁଦି ପିନ୍ଧାଇବା ସହ ତାଙ୍କ ମଥାରେ ଏକ ଚୁମ୍ବନ ଦେଉଛନ୍ତି। ତାଙ୍କ କନ୍ୟା ବି ତାଙ୍କୁ ମୁଦି ପିନ୍ଧାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ସରଫରାଜ ଖାନ ଭାରତୀୟ ଘରୋଇ କ୍ରିକେଟର ଷ୍ଟାର ଖେଳାଳି। ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଚଳିତବର୍ଷ ଦିଲ୍ଲୀ କ୍ୟାପିଟାଲ୍‌ ପାଇଁ ଖେଳିଛନ୍ତି। ହେଲେ ଦୁର୍ଭାଗ୍ୟକୁ ବହୁତ ଭଲ ଖେଳିବା ପରେ ବି ତାଙ୍କୁ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ସ୍ଥାନ ମିଳିନାହିଁ। ସେ ଭାରତୀୟ ଅଣ୍ଡର-୧୯ ଟିମ୍‌ ପାଇଁ ଖେଳିଛନ୍ତି। ଆଇପିଏଲରେ ସେ ପଞ୍ଜାବ କିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜ ବେଙ୍ଗାଲୁର୍‌ ପାଇଁ ବି ଖେଳି ସାରିଛନ୍ତି।

Related posts

8 ବର୍ଷ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଯଶ୍ୱସୀଙ୍କ ବ୍ୟାଟିଂ କୋଚ ହେଲେ ବିରାଟ

ବିସିସିଆଇର ଅଜବ ନିଷ୍ପତ୍ତି: ନୂଆ ଜର୍ସିରେ ଲେଖା ହୋଇନି ‘ଇଣ୍ଡିଆ’

Odisha Sports Bureau