ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ବିଶ୍ୱର ଲୋକପ୍ରୀୟ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ । ଜଣେ ଲୋକପ୍ରୀୟ ଖେଳାଳି ହେବା ସହିତ ରୋଜଗାର ମାମଲାରେ ମଧ୍ୟ ସେ ଅନ୍ୟ ଖେଳାଳୀଙ୍କ ତୁଳନାରେ ଆଗରେ ରହିଛନ୍ତି । ବିରାଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧ହଜାର କୋଟି ପାର ହୋଇଛି ।
ଷ୍ଟକ ଗ୍ରୋ ମୁତାବକ ବିରାଟଙ୍କ ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଞ୍ଚିଛି । ସେ ଖେଳ ବ୍ୟତିତ ଅନ୍ୟ ସ୍ଥାନରୁ ମଧ୍ୟ ରୋଜଗାର କରୁଛନ୍ତି । ବିରାଟ ଏ ଯୁକ୍ତ ଟିମ୍ ଇଣ୍ଡିଆ ଏଗ୍ରିମେଣ୍ଟରୁ ୭ କୋଟି ଟଙ୍କା ରୋଜଗାର କରୁଛନ୍ତି । ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍ ତରଫରୁ ଖେଳୁଛନ୍ତି । ବିରାଟ ଆଇପିଏଲର ଗୋଟିଏ ସିଜିନ ପାଇଁ ୧୫ କୋଟି ଟଙ୍କା ନେଉଛନ୍ତି । ଏହା ବ୍ୟତୀତ ସେ ଅନେକ ବ୍ରାଣ୍ଡସର ମାଲିକ ମଧ୍ୟ ଅଛନ୍ତି । ଯେଉଁଥିରୁ ତାଙ୍କୁ ସର୍ବାଧିକ ରୋଜଗାର ମିଳୁଛି ବୋଲି କୁହାଯାଉଛି । ସେ ଗୋଟିଏ ଟେଷ୍ଟ ମ୍ୟାଚରୁ ୧୫ ଲକ୍ଷ, ଗୋଟିଏ ଏକଦିବସୀୟ ମ୍ୟାଚରୁ ୬ ଲକ୍ଷ ଓ ଗୋଟିଏ ଟି-୨୦ ମ୍ୟାଚରୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
ସେହିଭଳି ସୋସିଆଲ ମିଡିଆରୁ ମଧ୍ୟ ବିରାଟ କୋହଲି ରୋଜଗାର କରୁଛନ୍ତି । ଇନଷ୍ଟାଗ୍ରାମରେ ବିରାଟଙ୍କର ୨୫୨ ମିଲିୟନ ଫଲୋଅର୍ସ ରହିଛନ୍ତି । ସୋସିଆଲ ମିଡିଆରେ ଫଲୋଅର୍ସ ମାଧ୍ୟମରେ ମଧ୍ୟ ବିରାଟ କୋହଲି ରୋଜଗାର କରୁଛନ୍ତି । ହୁପରର ୨୦୨୨ ମସିହାର ଇନଷ୍ଟାଗ୍ରାମ ରିଚ ଲିଷ୍ଟ ମୁତାବକ ବିରାଟଙ୍କର ଗୋଟିଏ ପୋଷ୍ଟରୁ ତାଙ୍କୁ ପାଖାପାଖି ୮.୬୯ କୋଟି ଟଙ୍କା ମିଳିଥାଏ । ସେହିଭଳି ଟ୍ୱିଟରରେ ପୋଷ୍ଟ ପ୍ରତି ସେ ୨.୫ କୋଟି ଟଙ୍କା ଦାବି କରିଥାନ୍ତି ।