ଲଣ୍ଡନ(ଓଡିଶା ସ୍ପୋର୍ଟସ): ଭାରତ-ଇଂଲଣ୍ଡ ସିରିଜ ପୂର୍ବରୁ ଭାରତୀୟ ଦଳର ଜଣେ ଖେଳାଳୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରାନ୍ତ ହୋଇଥିବା ଖେଳାଳୀଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । କିନ୍ତୁ ଏବେ ସେ ଇଂଲଣ୍ଡରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ହୋମ କ୍ୱାରାଣ୍ଟାଇନରେ ରହିଛନ୍ତି । ପ୍ରଥମେ ଗଳାରେ ସମସ୍ୟା ଅନୁଭବ କରିବାରୁ ସେ ନିଜର କୋରୋନା ପରୀକ୍ଷା କରାଇଥିଲେ । ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ଖେଳାଳୀ କୋରୋନାରେ ଆକ୍ରାନ୍ତ ହେବାପରେ ତାଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ଖେଳାଳୀ ଏବଂ ସଦସ୍ୟକାନେ ମଧ୍ୟ ନିଜକୁ ଆଇସୋଲେସନରେ ରଖିଛନ୍ତି । ତିନିଦିନ ହୋମ ଆଇସୋଲେସନରେ ରହିବା ପରେ ପୁଣିଥରେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବ । କେବଳ ନେଗେଟଭ ରିପୋର୍ଟ ଥିବା ଖେଳାଳୀମାନଙ୍କୁ ହିଁ ପ୍ରାକ୍ଟିସ ପାଇଁ ଅନୁମତି ଦିଆଯିବ ।
ସେପଟେ ଏଏନଆଇର କହିବା ଅନୁଯାୟୀ ଭାରତୀୟ ଦଳର ଦୁଇ ଜଣ ସଦସ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଜଣଙ୍କ ପାଖରେ କୋଭିଡର ଲକ୍ଷଣମାନ ଥିବା ବେଳେ ଅନ୍ୟ ଜଣଙ୍କ ପାଖରେ କୋରୋନାର ଲକ୍ଷଣ ଦେଖାଯାଇନାହିଁ । ଏଥିସହିତ ଇଂଲଣ୍ଡ ଗସ୍ତ ପୂର୍ବରୁ ସମସ୍ତ ଖେଳାଳୀ କୋରୋନାଟୀକା ନେଇଥିବା ଜଣାଯାଇଛି ।
ସୂଚନା ଯୋଗ୍ୟ ଯେ ଆସନ୍ତା ଅଗଷ୍ଟ ୪ତାରିଖରୁ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ମୋଟ ୨୩ ଜଣ ଖେଳାଳୀ ଗସ୍ତରେ ଥିବା ବେଳେ ସମସ୍ତଭ୍କୁ ଜନଗହଳି ସ୍ଥାନକୁ ଯିବା ପାଇଁ ବାରଣ କରାଯାଇଛି ।
previous post
next post