ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଟି ୨୦କୁ ଫେରିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି । ତେବେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା । ଆସନ୍ତା ଜାନୁଆରୀ ୧୧,୧୪ ଓ ୧୭ ତାରିଖରେ ଟି ୨୦ ମ୍ୟାଚ ଖେଳାଯିବ । କୁହାଯାଉଛି କି ପ୍ରାୟ ଏକ ବର୍ଷ ପରେ ଟି ୨୦ ଖେଳିବେ ରୋହିତ ଓ ବିରାଟ । ସୂଚନା ଅନୁଯାୟୀ, ୨୦୨୨ ନଭେମ୍ବରରେ ବିଶ୍ୱକପ ଟି-୨୦ ସେମିରେ ଇଂଲଣ୍ଡ ଠାରୁ ହାରିବା ପରେ ଉଭୟ ଟି -୨୦ରୁ ଦୂରେଇ ରହିଥିଲେ । ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ଚୟନ ପ୍ରକ୍ରିୟାରେ ସାମିଲ ନ ହୋଇଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରେ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ନ ଖେଳିବା ଭାରତ ପାଇଁ ବଡ ଝଟକା ବୋଲି କୁହାଯାଉଛି । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି ୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ତେବେ ଆସନ୍ତା ଜୁନ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବ । ଚଳିତ ବର୍ଷ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଏହି ଟି ୨୦ ବିଶ୍ୱ କପରେ ମୋଟ ୫୫ଟି ମ୍ୟାଚ ଖେଳାଯିବ ବୋଲି କୁହାଯାଉଛି ।
ତେବେ ଆଫଗାନିସ୍ତାନ ଟି ୨୦ ସିରିଜ ପାଇଁ ଭାରତୀୟ ଦଳରୁ ରୋହିତ ଶର୍ମା , ଶୁବମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା, ସଞ୍ଜୁ ସାମସନ, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଆବେଶ ଖାନ ଓ ମୁକେଶ କୁମାର ଚୟନ ହୋଇଛନ୍ତି ।