Cricket

ଭାରତ-ଇଂଲଣ୍ଡ ୫ମ ଟି-୨୦ରେ ଭାରତର ଏକ ବଡ଼ ବିଜୟ

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ୫ମ ଟି-୨୦ରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି । ଭାରତ ଇଂଲଣ୍ଡକୁ ୧୫୦ ରନରେ ପରାସ୍ତ କରି ୪-୧ରେ ସିରିଜ କବଜା କରିଛି।

ଭାରତ ଦ୍ବାରା ରଖାଯାଇଥିବା ୨୪୮ ରନର ଲକ୍ଷ୍ୟ ପିଛା କରିବାକୁ ଯାଇ ଇଂଲଣ୍ଡ ୧୦.୩ ଓଭରରେ ମାତ୍ର ୯୭ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଓପନର ଫିଲିପ ସଲ୍ଟ ୫୫ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ସମି ୩ଟି ଓ୍ବିକେଟ ନେଇଥିବାବେଳେ ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତି ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଇଂଲଣ୍ଡ ପକ୍ଷରୁ ଫିଲିପ ସଲ୍ଟ ୨୩ ବଲ୍‌ରେ ସର୍ବାଧିକ ୫୫ ରନ୍ କରିଥିବା ବେଳେ ଜାକୋବ ବାଥେଲ ୧୦ ରନ୍ କରିଥିଲେ। ବାକି କୌଣସି ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନଥିଲେ। ଫଳରେ ଇଂଲଣ୍ଡ ୧୦.୩ ଓଭରରେ ୧୦ ୱିକେଟ୍ ହରାଇ ମାତ୍ର ୯୭ ରନ୍ କରିପାରିଥିଲା।

ଅନ୍ୟପଟେ ଆଜି ଭାରତ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ମହମ୍ମଦ ସାମୀ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ ଓ ଅଭିଷେକ ଶର୍ମା ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପରି ରବି ବିଷ୍ଣୋଇଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।

 

Related posts

ରୋହିତଙ୍କ ପରେ କିଏ ହେବ ଦଳର ଅଧିନାୟକ ?

Odisha Sports Bureau

ପ୍ରଶଂସକଙ୍କୁ ବିରାଟ କୋହଲିଙ୍କ ପ୍ରତିଶ୍ରୁତି; ବିଶ୍ୱକପ ଜିତି ପୂରଣ କରିବେ ପ୍ରଶଂସକଙ୍କ ସ୍ୱପ୍ନ

Odisha Sports Bureau

12 ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ଦକ୍ଷିଣ ଆଫ୍ରିକାକୁ ସମସ୍ୟାରେ ପକାଇ ଦେଇଥିଲେ

Odisha Sports Bureau