Cricket

ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ବିଜୟ

ଇଂଲଣ୍ଡ:- ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଇତିହାସରେ ଏକ ବିରଳ ମ୍ୟାଚ୍ ଭାବେ ଲିପିବଦ୍ଧ ହେବ । କାରଣ ଶେଷ ଟେଷ୍ଟ କୌଣସି ରୋମାଞ୍ଚ ଠାରୁ କମ୍‌ ନଥିଲା । ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ସମସ୍ତଙ୍କୁ ବିସ୍ମିତ କରିଛି । ପରାଜୟ ମ୍ୟାଚ୍‌କୁ ବିଜୟରେ ବଦଳାଇ ଦେଇଛି ଭାରତ । ମହମ୍ମଦ ସିରାଜଙ୍କ ଅସାଧାରଣ ବୋଲିଂ ଓ ପ୍ରସିଦ୍ଧ କୃଷ୍ଣାଙ୍କ ସହାୟତାରେ ଭାରତ ମାତ୍ର ୬ ରନରେ ଏକ ଐତିହାସିକ ବିଜୟ ହାସଲ କରି ସିରିଜକୁ ୨-୨ରେ ସମାନ କରିଛି।

ଇଂଲଣ୍ଡ ୨୨୪ ରନର ଟାର୍ଗେଟ ସହିତ ନିଜର ଇନିଂସ ଆରମ୍ଭ କରିଥିଲା, ପ୍ରଥମ ଇନିଂସରେ ଭାରତକୁ ୨୨୪ ରନରେ ଅଲଆଉଟ୍ କରିଦେଇଥିଲା । ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୬ ରନ କରିଥିଲା । ଭାରତ ତା’ପରେ ଦ୍ୱିତୀୟ ଇନିଂସରେ ମୋଟ ୩୯୬ ରନ କରି ଇଂଲଣ୍ଡକୁ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ ଦେଇଥିଲା। ଇଂଲଣ୍ଡ ଚତୁର୍ଥ ଇନିଂସରେ ବେନ ଡକେଟ ଓ ଜାକ କ୍ରଲେଙ୍କ ଦ୍ରୁତ ୫୦ ରନର ଓପନିଂ ସହିତ ଭଲ ଆରମ୍ଭ କରିଥିଲା । କିନ୍ତୁ ସିରାଜଙ୍କ ଏକ ଘାତକ ୟର୍କରରେ କ୍ରଲେଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଚତୁର୍ଥ ଦିବସରେ ହାରି ବ୍ରୁକ (୧୧୧) ଓ ଜୋ ରୁଟ (୧୦୫) ଶତକ ହାସଲ କରି ଇଂଲଣ୍ଡକୁ ଜିତାଇବାର ବାଟରେ ନେଇଥିଲେ। କିନ୍ତୁ ପ୍ରସିଦ୍ଧ କୃଷ୍ଣାଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ଓ ସିରାଜଙ୍କ ନିରନ୍ତର ଆକ୍ରମଣାତ୍ମକ ବୋଲିଂ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା ।

Related posts

ଆଜି ଭାରତ – ଶ୍ରୀଲଙ୍କା ପ୍ରଥମ ଟି-୨୦, ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ନ୍ୟୁଜିଲ୍ୟାଣ୍ଡର ଲେଡି ଷ୍ଟାର ଆମେଲିଆ ଜିତିଲେ ଆଇସିସି ମହିଳା କ୍ରିକେଟର ଅଫ୍‌ ଦ ଇୟର ୨୦୨୪ର ଆଓ୍ବାର୍ଡ

Odisha Sports Bureau

ଆଇସିସି ଓ ବିସିବି ବିବାଦରେକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଶ୍ରୀଲଙ୍କା ।

Odisha Sports Bureau