Cricket

ଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରି

ଇଂଲଣ୍ଡ-: ଲର୍ଡ୍ସ ଟେଷ୍ଟରେ ଭାରତର ସଂଘର୍ଷ ଜାରି ରହିଛି। ଶନିବାର ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ୩ୟ ଦିବସ ଖେଳ ଜାରି ରହିଥିବାବେଳେ ଭାରତ ୫ ୱିକେଟ ହରାଇ ୨୯୫ ରନ ସଂଗ୍ରହ କରିଛି। ଫଳରେ ପ୍ରଥମ ପାଳିରେ ଭାରତ ଇଂଲଣ୍ଡଠାରୁ ୯୨ ରନରେ ପଛୁଆ ରହିଛି। କେ.ଏଲ. ରାହୁଲଙ୍କ ଶତକ ରୁଷଭ ପନ୍ତଙ୍କ ୭୪ ରନ ବଳରେ ଭାରତ ଏହି ସ୍କୋର କରିପାରିଛି। ତେବେ ରାହୁଲ ୧୦୦ ରନ କରିବା ପରେ ସୋଏବ ବସିରଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି  ପନ୍ତ ୭୪ ରନ କରି ରନ ଆଉଟ ହୋଇଥିଲେ । ଏବେ କ୍ରିଜରେ ରବୀନ୍ଦ୍ର ଜାଦେଜା ଓ ନୀତୀଶ କୁମାର ରେଡ୍ଡୀ ବ୍ୟାଟିଂ କରୁଛନ୍ତି । ଇଂଲଣ୍ଡ ପକ୍ଷରୁ କ୍ରିସ ୱକ୍ସ, ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ ଓ ସୋଏବ ବସିର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Related posts

ଅଷ୍ଟ୍ରେଲିଆର ଚମତ୍କାର ବ୍ୟାଟିଂ, ୩୧୫ରନର ବିଜୟ ଲକ୍ଷ୍ୟ

ୱେଷ୍ଟଇଣ୍ଡିଜର ଏହି ୩ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ହୋଇପାରନ୍ତି ଘାତକ; ଜାଣନ୍ତୁ କିଏ?

ଆଶା ଆଶଙ୍କାରେ ସିନିୟର ମହିଳା ଟି୨୦ ଟ୍ରଫି

Odisha Sports Bureau