Cricket

IPL ପାଇଁ ଖେଳାଳି ନିଲାମ ଆରମ୍ଭ, ଜାଣନ୍ତୁ କେଉଁ ଖେଳାଳୀଙ୍କୁ କିଣିଲେ କିଏ

ନୂଆଦିଲ୍ଲୀ: ଆଜି ଟାଟା ଆଇପିଏଲ ମହାନିଲାମୀ ଆରମ୍ଭ ହୋଇଛି । ଏହି ମହାନିଲାମୀ ରେ ମୋଟ ୬୦୦ ଜଣ ଖେଳାଳୀ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଆଇପିଏଲ ମହାନିଲାମୀ ଚାଲିବା ନେଇ ସୂଚନା ରହିଛି । ଆଇପିଏଲ୍‌ କର୍ତ୍ତୃପକ୍ଷ ମୋଟ ୫୯୦ ଖେଳାଳିଙ୍କୁ ନିଲାମ ପାଇଁ ତାଲିକାଭୁ୍କ୍ତ କରିଥିଲା ବେଳେ ସେମାନଙ୍କ ମଧ୍ୟରେ ୨୨୭ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ପ୍ରଥମ ଦିନରେ ୧୬୧ ଜଣ ଖେଳାଳୀଙ୍କର ନିଲାମୀ ହେବ । ଯେଉଁମାନଙ୍କ ମଧ୍ୟରେ ଅନେକ ବଡ ଚେହେରା ରହିଛନ୍ତି । ଅକ୍ସନର ପ୍ରଥମ ଦିନରେ ନାମୀ ଖେଳାଳିଙ୍କୁ ମୋଟା ଦାମରେ ଫ୍ରାଞ୍ଚାଇଜି କିଣିଛନ୍ତି। ଶ୍ରେୟସ ଆୟରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ କିଣି ନେଇଛି। ସେହିପରି ଟିମ୍ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୫ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ କ୍ୟାପଟେନ୍ ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷ ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ, ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍ ବୋଲର କାଗିସୋ ରବାଡାଙ୍କୁ ୯.୨୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ୍, ଭାରତର ଷ୍ଟାର୍ ବୋଲର ମହମ୍ମଦ ଶାମିଙ୍କୁ ୬.୨୫ କୋଟି ଟଙ୍କାରେ ଗୁଜରାଟ ଟାଇଟନ୍ସ ଓ ଦକ୍ଷିଣ ଆଫ୍ରିକା ଭେଟେରାନ୍ ତଥା ଚେନ୍ନାଇ ସୁପର୍ କିଙ୍ଗସର ଓପ୍ନର ଫାଫ୍‌ ଡୁପ୍ଲେସିସଙ୍କୁ ୭ କୋଟି ଟଙ୍କାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଥିବା ସୂଚନା ମିଳିଛି ।

Related posts

ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ, ମୟଙ୍କ ଆଉଟ୍

Odisha Sports Bureau

ଦ୍ୱିତୀୟ ସେମିଫାଇନାଲ : ଅଷ୍ଟ୍ରେଲିଆକୁ ୨୧୩ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

Odisha Sports Bureau

ବିଳମ୍ବ କରିଥିଲେ ହାତ କାଟିବାକୁ ପଡ଼ିଥାନ୍ତା; ମୋହସିନ୍ ଖାନ୍