Tennis

ITF ଉଦଯାପନୀ ଉତ୍ସବ, ବିଜୟୀ କୋରିଆ ଟିମକୁ ଟ୍ରଫି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମରେ ଉଦଯାପିତ ହେଲା ଆଇଟିଏଫ ଏସିଆ ଟ-୧୪ର ଡେଭଲପମେଣ୍ଟ ଚାମ୍ପିୟନସିପ ୨୦୨୩ ଫାଇନାଲ । ଏହି ଟୁର୍ଣ୍ଣାମେଣ୍ଟରେ କୋରିଆ ଟିମ୍ ବିଜେତା ଟ୍ରଫି ହାତେଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ବିଜେତା ଟିମ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ । ଗତ ୪ ତାରିଖରୁ କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଟେନିସ୍ ସେଣ୍ଟରରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର ୧୮ଟି ଦେଶର ୧୨ଟି ଶ୍ରେଷ୍ଠ ଟିମ୍ ସାମିଲ ହୋଇଥିଲେ । ୧୧ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବାଳକ ଏକକ, ବାଳକ ଯୁଗଳ, ବାଳିକା ଏକକ, ବାଳିକା ଯୁଗଳ ବର୍ଗରେ ଖେଳାଯାଇଥିଲା ।

Related posts

ରାକେଟ୍ ଭାଙ୍ଗିବା ଘଟଣାରେ ଜୋକୋଭିକଙ୍କୁ ଜରିମାନା

Odisha Sports Bureau

ତୃତୀୟ ରାଉଣ୍ଡରେ ଜୋକୋଭିକ

ଆଠ ବର୍ଷ ପରେ ଗ୍ରାଣ୍ଡସ୍ଲାମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି କ୍ଲିଜଷ୍ଟର୍ସ

Odisha Sports Bureau