Cricket

ଦିନିକଆ ସିରିଜ୍ ଖେଳିବେ ନାହିଁ ବୁମରା

(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିରୋଧରେ ଖେଳାଯିବାକୁ ଥିବା ଦିନିକଆ ସିରିଜ୍ ସମେତ ନ୍ୟିଜିଲ୍ୟାଣ୍ଡ ସିରିଜ୍ ପାଇଁ ମଧ୍ୟ ଜଶ୍ପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି।
ବୁମ୍ରାଙ୍କ ସ୍ଥାନରେ ହାଇଦ୍ରାବାଦୀ ଦ୍ରୁତ ବୋଲର ମହମ୍ମଦ ସିରାଜ ସ୍ଥାନ ପାଇବେ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଟି୨୦ ସିରିଜ୍ ପାଇଁ ଆଇପିଏଲ୍ର ସଫଳ ବୋଲର ସିଦ୍ଧାର୍ଥ କୌଲ୍ଙ୍କୁ ନିଆଯାଇଛି।

ବୁମ୍ରା ୨୧ଟି ୱିକେଟ୍ ସହିତ ଅଷ୍ଟ୍ରେଲିଆ ବିରୋଧୀ ଟେଷ୍ଟ ସିରିଜ୍ରେ ନାଥନ୍ ଲିଅନ୍ଙ୍କ ସହିତ ଯୁଗ୍ମଭାବେ ସବୁଠାରୁ ଅଧିକ ୱିକେଟ୍ ନେବାରେ ସମର୍ଥ ହୋଇଥିଲେ। ବିସିସିଆଇ ପକ୍ଷରୁ ଏନେଇ କୁହାଯାଇଛି, “ବୋଲରଙ୍କ ପାଇଁ ବଢ଼ୁଥିବା ଚାପକୁ ଆଖିଆଗରେ ରଖି ଭାରତରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍ ପାଇଁ ତାଙ୍କୁ ପ୍ରସ୍ତୁତ ରହିବାକୁ ହେଲେ ଯଥେଷ୍ଟ ପରିମାଣର ବିଶ୍ରାମ ନେବାକୁ ହେବ। ପଞ୍ଜାବର ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଖେଳାଯାଉଥିବା ୩ଟିକିଆ ସିରିଜ୍ରେ ସ୍ଥାନ ପାଇଛନ୍ତି।”
ମାତ୍ର ୧୨ ମାସ ତଳେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିବା ବୁମ୍ରା ବର୍ତ୍ତମାନ ୩ଟି ଯାକ ଫର୍ମାଟ୍ରେ ଭାରତର ବୋଲିଂ ବାହିନୀର ନେତୃତ୍ୱ ନେଉଛନ୍ତି କହିଲେ ଅତ୍ୟୁକ୍ତି ହେବନି।

Related posts

ନିଜକୁ ଗୁଳି କରି କରିଛନ୍ତି ସଚିନ ତେନ୍ଦୁରକରଙ୍କ ସୁରକ୍ଷା ରେ ନିୟୋଜିତ ଯବାନ

Odisha Sports Bureau

IPLରେ ପୁଣି ତେନ୍ଦୁଲକର

Odisha Sports Bureau

ଜିମ୍ବାୱେକୁ ୫ ୱିକେଟରେ ହରାଇଲା ଭାରତ

Odisha Sports Bureau