ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ । ଚଳିତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଖାସ ପ୍ରଦର୍ଶନ କରିପାରିନାହିଁ । ଦଳ ଗୁରୁପ ଷ୍ଟେଜରୁ ହୋଇଛି ବିଦା । କୌଣସି ବି ଆଇସିସି ଇଭେଣ୍ଟରେ ଏହା ନ୍ୟୁଜିଲାଣ୍ଡର ସବୁଠୁ ଖରାପ ପ୍ରଦର୍ଶନ ବୋଲି ମନେ କରାଯାଉଛି । ତେବେ ଟିମର ଏପରି ପ୍ରଦର୍ଶନ ପରେ କିୱି ବାହିନୀକୁ ଲାଗିଛି ଝଟକା ।ଦଳର ଅଧିନାୟକ ପଦ ଛାଡିଛନ୍ତି ଅଭିଜ୍ଞ କେନ ୱିଲିୟମସନ ।
ତେବେ ଦଳର ଅଧିନାୟକ ପଦ ଛାଡିବା ପରେ କେନ ୱିଲିୟମସନ ୨୦୨୪-୨୫ ସିଜିନ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି । କିନ୍ତୁ ସେ ଏହା ସ୍ପଷ୍ଟ କରିଛନ୍ତି ଯେ ତିନୋଟି ଫର୍ମାଟ ପାଇଁ ସେ ଉପଲବ୍ଧ ହେବେ ।ଚୟନକର୍ତ୍ତା ଏବଂ ବୋର୍ଡ ଯେବେ ବି ନିଷ୍ପତ୍ତି ନେବ । ଯେଉଁ ଫର୍ମାଟ ପାଇଁ ଖେଳିବାକୁ । ତାକୁ ସେ ସମ୍ମାନ ସହ ଗ୍ରହଣ କରିବେ ବୋଲି କହିଛନ୍ତି ।
ସେପଟେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ଦିଆଯାଇଥିବା ବୟାନ ମୁତାବିକ , କେଦ ୱିଲିୟମସନ ଖରା ସିଜିନରେ ବିଦେଶୀ ଲିଗ ଖେଳିବାକୁ ପ୍ଲାନ କରୁଛନ୍ତି । ଯେଉଁଥି ପାଇଁ ସେ ନ୍ୟୁଜିଲାଣ୍ଡ ପାଇଁ ଖେଳି ପରିବେନାହିଁ । ସେଥି ପାଇଁ କେନ ୱିଲିୟମସମ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାଁକୁ ଫେରାଇ ନେଇଛନ୍ତି । କିନ୍ତୁ ସେ ସର୍ବଦା ନ୍ୟୁଜିଲାଣ୍ଡ କ୍ରିକେଟକୁ ପ୍ରାଥମିକତା ଦେବେ ବୋଲି ଜଣାଇଛନ୍ତି । ଆଉ ଯେକୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ସବୁବେଳେ ଉପସ୍ଥିତ ରହିବ ବୋଲି କହିସାରିଛନ୍ତି ।