Cricket

ବେଙ୍ଗାଲୁରୁ ଦଳାଚକଟା ଘଟଣା ପାଇଁ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ-: ବେଙ୍ଗାଲୁରୁ ଦଳାଚକଟା ଘଟଣା ସହିତ ଜଡିତ ହାଇକୋର୍ଟରେ ଦାଖଲ କର୍ଣ୍ଣାଟକ ସରକାରଙ୍କ ରିପୋର୍ଟରେ ଗମ୍ଭୀର ତ୍ରୁଟି ଏବଂ ଭୁଲ ପରିଚାଳନାକୁ ସୂଚିତ କରିଛନ୍ତି। ଦଳାଚକଟା ପାଇଁ ଆରସିବିକୁ ଦାୟୀ କରିଛନ୍ତି। ଏଥିରେ ବିରାଟ କୋହଲିଙ୍କ ନାମ ରହିଛି । କର୍ଣ୍ଣାଟକ ସରକାରଙ୍କ କହିବାନୁଯାୟୀ, ଆରସିବି ବିଜୟ ଉତ୍ସବକୁ ଅନୁମତି ନଥିଲା, କେବଳ ସୂଚନା ମିଳିଥିଲା ।

ଆଇପିଏଲ୍‌ ୨୦୨୫ର ବିଜୟର ମୁକୁଟ ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପଞ୍ଜାବ କିଙ୍ଗସ୍‌କୁ ହରାଇ ନିଜ ନାମରେ କରିଛି। ଏହି ବିଜୟ ହାସଲ କରିବା ପରେ ଏଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ପ୍ରଥମ ଥର ପାଇଁ ଆରସିବି  ୨୦୨୫ର ଟାଇଟଲ ଜିତିଛି। ଏହା ପରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟକୁ ପାଳନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ। ସେହି ସମୟରେ ଷ୍ଟାଡିୟମ ବାହାରେ ପ୍ରଶଂସକମାନେ ଏତେ ସଂଖ୍ୟାରେ ଏକାଠି ହୋଇଥିଲେ ଯେ ଦଳାଚକଟା ହୋଇଥିଲା ଏବଂ ୧୧ ଜଣଙ୍କର ଜୀବନ ଯାଇଥିଲା। ଏହା ବ୍ୟତୀତ ୫୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ସେହି ସମୟରେ, ଏହି ସମ୍ପୂର୍ଣ୍ଣ ମାମଲାର ଏକ ରିପୋର୍ଟ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ହାଇକୋର୍ଟରେ ଦାଖଲ କରାଯାଇଛି, ଯେଉଁଥିରେ ସରକାର ଆରସିବି ସହ ବିରାଟ କୋହଲିଙ୍କୁ ମଧ୍ୟ ଏହି ଦଳାଚକଟା ପାଇଁ ଦାୟୀ କରିଛନ୍ତି।

Related posts

ପୂର୍ବତନ କ୍ରିକେଟର ଡିନ ଜୋନ୍ସଙ୍କ ମୃତ୍ୟୁ

Odisha Sports Bureau

ମେସିଙ୍କ ସମ୍ପତ୍ତି ତୁଳନାରେ ୭ ଧନୀ ଭାରତୀୟ କ୍ରିକେଟରଙ୍କ ମିଳିତ ରୋଜଗାର ଫିକା

Odisha Sports Bureau

ମହିଳା କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮ ରନରେ ହରାଇ ଭାରତ ହେଲା ଚାମ୍ପିୟନ