More Sports

ଖେଲୋ ଇଣ୍ଡିଆ ଉଦ୍ୟାପନୀ ଉତ୍ସବରେ ୨୨୮ ପଦକ ସହ ମହାରାଷ୍ଟ୍ର ପ୍ରଥମ

(ଓଡିଶା ସ୍ପୋର୍ଟ): ଖେଲୋ ଇଣ୍ଡିଆ ୟୁଥ୍ କ୍ରୀଡ଼ାର ଦ୍ବିତୀୟ ସଂସ୍କରଣ ରବିବାର ଶେଷ ହୋଇଛି।ଖେଲୋ ଇଣ୍ଡିଆର ଏହି ସଂସ୍କରଣରେ କିନ୍ତୁ ସର୍ବାଧିକ ୨୨୮ ପଦକ ହାସଲ କରି ଆୟୋଜକ ମହାରାଷ୍ଟ୍ର ଦଳଗତ ବିଜେତା ହୋଇଛି। ମହାରାଷ୍ଟ୍ର ପ୍ରତିଯୋଗୀମାନେ ୮୫ ସ୍ବର୍ଣ୍ଣ, ୬୨ ରୌପ୍ୟ ସାଙ୍ଗକୁ ୮୧ କାଂସ୍ୟ ପଦକ ହାତେଇଛନ୍ତି। ଏହାର କ୍ରୀଡ଼ାବିତ୍ ଓ କର୍ମକର୍ତାମାନେ ମାନବ ସମ୍ବଳ ବିକାଶ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦ୍କରଙ୍କ ହାତରୁ ଟ୍ରଫି ଗ୍ରହଣ କରିଥିଲେ। ପୁନେର ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟସ୍ କଂପ୍ଲେକ୍ସରେ ଆୟୋଜିତ ଉଦ୍ୟାପନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର କ୍ରୀଡ଼ା ଓ ଯୁବ ମଙ୍ଗଳ ମନ୍ତ୍ରୀ ବିନୋଦ ତୱାଡେ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ପଛକୁ ମୋଟ ୧୭୮ (୬୨ ସ୍ବର୍ଣ୍ଣ, ୫୬ ରୌପ୍ୟ ଓ ୬୦ କାଂସ୍ୟ) ପଦକ ପାଇ ହରିଆନା ଦ୍ବିତୀୟ ଏବଂ ଦିଲ୍ଲୀ ୧୩୬ (୪୮ ସ୍ବର୍ଣ୍ଣ, ୩୭ ରୌପ୍ୟ ଓ ୫୧ କାଂସ୍ୟ) ପଦକ ସହ ତୃତୀୟ ସ୍ଥାନ ପାଇଛି। ଏହି ପ୍ରତିଯୋଗିତାରେ ସାରା ଦେଶରୁ ୧୦,୪୬୦ ପ୍ରତିଯୋଗୀ ଓ ଅଧିକାରୀ ଅଂଶ ଗ୍ରହଣ କରିଥିଲେ। ସେଥିରେ ୫୯୨୫ ଆଥ୍ଲେଟ୍, ୧୦୯୬ ସହକାରୀ ଅଧିକାରୀ, ୮୯୩ ବୈଷୟିକ ଅଧିକାରୀ, ୩୬ ଚିଫ୍ ଡି ମିସନ୍, ୧୦୧୦ ସ୍ବେଚ୍ଛାସେବୀ ଏବଂ ୧୫୦୦ ଅଧିକାରୀ ସାମିଲ ଥିଲେ।

Related posts

ଟୋକିଓ ଅଲମ୍ପିକ ପାଇଁ ୫ଜଣ ଭାରତୀୟ ବକ୍ସର ବିବେଚିତ

ପୁଣି ନୀରଜଙ୍କୁ ସରପ୍ରାଇଜ

Odisha Sports Bureau

୨୦୧୯ ଇଣ୍ଡିଆ ଅଣ୍ଡର ୨୦ ଗାର୍ଲସ ଟିମ ଘୋଷିତ

Odisha Sports Bureau