More Sports

ଟୋକିଓ ଅଲମ୍ପିକ ପାଇଁ ୫ଜଣ ଭାରତୀୟ ବକ୍ସର ବିବେଚିତ

(ଓଡ଼ିଶା ସ୍ପୋର୍ଟ): ଚଳିତବର୍ଷ ଆୟୋଜିତ ହେବାକୁ ଥିବା ଟୋକିଓ ଅଲମ୍ପିକ ପାଇଁ ୫ଜଣ ଭାରତୀୟ ବକ୍ସର ଯୋଗ୍ୟତା ଅର୍ଜନ କରିଛନ୍ତି । ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ପର୍ୟ୍ୟାୟର ମହିଳା ୭୫ କେଜି ବିଭାଗ କ୍ବାର୍ଟର ଫାଇନାଲରେ ପୂଜା ରାଣୀ ଥାଇଲାଣ୍ଡର ପୋର୍ଣ୍ଣିପା ଚୁଟେଙ୍କୁ ୫-୦ ରେଫରି ନିଷ୍ପତ୍ତିରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲରେ ପ୍ରବେଶ କରିଥିବାରୁ ପୂଜା ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି।
ଅନ୍ୟପକ୍ଷରେ ପୁରୁଷ ୬୯ କେଜି ବିଭାଗରେ ଭାରତର ବିକାଶ କ୍ରିଷ୍ଣା କ୍ବାର୍ଟର ଫାଇନାଲରେ ଜାପାନର ଓକାଜାୱାଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବା ସହ ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି। ତେବେ ପୁରୁଷ ୮୧ କେଜି ବିଭାଗ କ୍ବାର୍ଟର ଫାଇନାଲରେ ଭାରତର ସଚିନ କୁମାର ଚୀନ୍ର ଚେନ୍ ଡାକ୍ସିଙ୍ଗ୍ଠାରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି।
ସେହିପରି ପୂଜା ରାଣୀ ଓ ବିକାଶ କ୍ରିଷ୍ଣାଙ୍କ ସମେତ ଲୋଭଲିନା, ଆଶିଷ କୁମାର ଓ ସତିଶ ମଧ୍ୟ ଟୋକିଓ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି।

Related posts

ରୋଲ ମଡେଲଙ୍କୁ ଘାରିଛି ମଡେଲିଂ ନିଶା

Odisha Sports Bureau

ଇଣ୍ଡିଆନ ସୁପର ଲିଗ୍: ପ୍ଲେଅଫ୍ରେ ଗୋଆ ସହିତ ଖେଳିବ ଚେନ୍ନାଇୟାନ

Odisha Sports Bureau

ଦୂତିଙ୍କ ବିଏମଡବ୍ଲୁ ବିକ୍ରି ପୋଷ୍ଟରେ କିଟ୍ ପ୍ରତିଷ୍ଠାତାଙ୍କୁ ସରସ୍ୱତୀଙ୍କ ଆକ୍ରମଣ

Odisha Sports Bureau